Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି । ମାମଲାର ତଦନ୍ତ କରୁଛି ଜିଆଇପି ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଖାପାଖି ମାସେ ହେଲାଣି । ତଥାପି ପୋଲିସ ହାତ ଖାଲି । ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି ? ପୋଲିସ ହାତରେ କୌଣସି ଠୋସ୍ ପ୍ରମାଣ ଲାଗି ନାହିଁ । ୪୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଛି ।

ଆଦିତ୍ୟଙ୍କ ପତ୍ନୀ, ତାଙ୍କୁ ଶାଶୁ, ଶଳା ଓ ପରିବାର ଲୋକଙ୍କୁ ପଚରାଉଚରା କରିଛି ଜିଆରପି । ସେହିପରି ଆଦିତ୍ୟଙ୍କ କିଛି ସାଙ୍ଗଙ୍କର ବୟାନ ବି ରେକର୍ଡ ହୋଇଛି । ଟ୍ରେନ ଦୁର୍ଘଟଣାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । କାରଣ ରେଳ ଲାଇନରୁ ଉଦ୍ଧାର ହୋଇଥିଲା ମୃତଦେହ ।

ଘଟଣା ଦିନ ପୁରୀ-ଭୁବନେଶ୍ୱର ରେଲଓ୍ୱେ ଲାଇନରେ ଦୁଇଟି ଏକ୍ସପ୍ରେସ ଓ ମାଲଗାଡ଼ି ଯାଇଥିଲା । କିନ୍ତୁ ଟ୍ରେନର ଲୋକୋ ପାଇଲଟ୍ ସେଦିନ ଟ୍ରାକରେ କୌଣସି ଦୁର୍ଘଟଣା ହୋଇ ନଥିବା ଜିଆରପିକୁ କହିଛନ୍ତି । ଏହାପରେ ଆଦିତ୍ୟଙ୍କ ମୃତ୍ୟୁ ଅଧିକ ରହସ୍ୟମୟ ହୋଇଛି । ଏହା ଉପରୁ ପରଦା ହଟାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Leave A Reply

Your email address will not be published.