Latest Odisha News

BREAKING NEWS

ଏହିସବୁ କାର୍ଯ୍ୟ କଲେ ରୋଷ ହୁଅନ୍ତି ମାଆ ଲକ୍ଷ୍ମୀ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁସାରେ ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ ପ୍ରତ୍ୟେକ ଦିନ ସ୍ୱଚ୍ଛ ଓ ଶୁଦ୍ଧ ଭାବେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୁଏ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ ଆମେ ବ୍ୟତିବ୍ୟସ୍ତ ହୋଇପଡୁ ଏବଂ ଭଗବାନଙ୍କୁ ଦୋଷ ଦେଇଥାଉ।

ପ୍ରକୃତରେ ଏହା ପଛର କାରଣ ହେଉଛି ଆମେ ଅଜାଣତରେ ଏପରି କିଛି କାର୍ଯ୍ୟ କରୁ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହେଉଥିବା ସାଧୁମାନେ କହନ୍ତି । ତେବେ ଆସନ୍ତୁ ଜାଣିବା ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ସବୁ କାର୍ଯ୍ୟ କଲେ ରୁଷ୍ଟ ହୁଅନ୍ତି ମା’…

ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ।

ଘରକୁ ଯଦି କୌଣସି ସାଧୁ ଭୋଜନ ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ।

ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସେହି ଗୃହରେ ଧନର ଅଭାବ ରହେ ନାହିଁ।

କୌଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ୱାରା ନିଜର ମାନସମ୍ମାନ ହାନି ହୋଇଥାଏ।

ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ମା’ଙ୍କ କୃପା ରହିଥାଏ।

ଗୃହକୁ ମଧ୍ୟ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ। ଏପରି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ।

ଯେଉଁ ପାଉଞ୍ଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବଶ୍ୟକ। ଏହା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ।

Leave A Reply

Your email address will not be published.