ଅନୁଗୁଳ: ଅନୁଗୁଳ ଜିଲ୍ଲାର ଖନ୍ଦାନାଳୀ ନିକଟରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଥିବା ନେଇ ଅଭିଯୋଗ ହୋଇଛି ।
ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ କୁନା ବେହେରା ଏବଂ ସେ ପିପିଲବାହାଳ ଗ୍ରାମର ବାସନ୍ଦ ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ଗତକାଲି କୁନା ଘରକୁ ଯିବା ଲାଗି ବସରୁ ଓହ୍ଲାଇଥିବା ବେଳେ କେହି ବ୍ୟକ୍ତି ଆସି ଅଚାନକ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ । ଉକ୍ତ ବ୍ୟକ୍ତିମାନେ ପିପିଳିବାହାଳ ଗ୍ରାମର ବାସିନ୍ଦା ବୋଲି ଅଭିଯୋଗ ହେଉଛି । ପରେ କୁନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ମୁହଁ, ବେକ ଓ ଛାତିର କିଛି ଅଂଶ ପୋଡ ଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।
ତେବେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।
Comments are closed.