Latest Odisha News

ବାହା ହେବେ ‘କସୌଟି ଜିନ୍ଦେଗୀ କୀ’ ଆକ୍ଟର ସିଜେନ ଖାନ

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ କଳାକାର ତଥା କସୌଟି ଜିନ୍ଦେଗୀ କୀ ଆକ୍ଟର ସିଜେନ ଖାନ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ସେ କହିଛନ୍ତି ଯେ ୨୦୨୦ ଶେଷ ସୁଦ୍ଧା ଆମେ ବିବାହ କରିବାକୁ ଯୋଜନା କରିଥିଲୁ କିନ୍ତୁ ମହାମାରୀ ହେତୁ ଆମ ବିବାହକୁ ସ୍ଥଗିତ ରଖିବାକୁ ପଡିଲା। ଚଳିତ ବର୍ଷ ଆମେ ବିବାହ କରିବାକୁ ଯୋଜନା ରଖିଛୁ।

ସିଜେନ୍ ତାଙ୍କ ପ୍ରେମ ସମ୍ପର୍କକୁ ନେଇ କହିଛନ୍ତି ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପ୍ରସ୍ତାବ ବିଷୟରେ କହିଛନ୍ତି, ଯେ ‘ମୁଁ ତାଙ୍କୁ ପସନ୍ଦ କରେ ଏବଂ ଜୀବନସାରା ତାଙ୍କ ହାତରନ୍ଧା ଖାଇବାକୁ ଚାହେଁ। ସେ ବହୁତ ସରଳ ଏବଂ ମଜାଳିଆ। ସେ ଆହୁରି କହିଛନ୍ତି ଯେ ତାଙ୍କ ହାତ ରନ୍ଧା ବିରିୟାନି ମୋତେ ବହୁତ ପ୍ରଭାବିତ କରିଥିଲା। ତାଙ୍କ ସହିତ ରାତ୍ରି ଭୋଜନ ପରେ ମୁଁ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲି।

Comments are closed.