Latest Odisha News

BREAKING NEWS

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲ

ନୂଆଦିଲ୍ଲୀ: ଶୁକ୍ରବାର ଏପ୍ରିଲ ୨୩ ତାରିଖ ଦିନ ଦିଲ୍ଲୀରେ କୋଭିଡ-୧୯ ସମ୍ବନ୍ଧୀୟ ଜଟିଳତା କାରଣରୁ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

ଗତ ସପ୍ତାହରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର କରୋନା ଚିକିତ୍ସା ସତ୍ତ୍ବେ ତାଙ୍କ ଅବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି। ସ୍ୱର୍ଗତ ଅଭିନେତା-ନିର୍ଦ୍ଦେଶକଙ୍କ ସହ କାମ କରିଥିବା ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.