Latest Odisha News

BREAKING NEWS

ଆଜିଠୁ ଆନ୍ଧ୍ରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

ଆନ୍ଧ୍ରପ୍ରଦେଶ: ଶନିବାର ଠାରୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ କୋଭିଡ୍-୧୯ ସମୀକ୍ଷା ବୈଠକରେ ସାତ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉପମୁଖ୍ୟମନ୍ତ୍ରୀ ଏ କେ କେ ଶ୍ରୀନିବାସଙ୍କ ଅନୁଯାୟୀ କେବଳ କର୍ଫ୍ୟୁ ସମୟରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ।

Leave A Reply

Your email address will not be published.