Latest Odisha News

BREAKING NEWS

ରାଜନୀତିକୁ ଫେରିବେ କି ଗୋବିନ୍ଦା! ଜାଣନ୍ତୁ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଅଭିନେତା ଗୋବିନ୍ଦା ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗିଲା ରାଜା’ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ ପରଦାରେ ଆଉ ଦେଖିବାକୁ ମିଳିନଥିଲା । ଏବେ ଅଭିନେତା ଗୋବିନ୍ଦା ପୁଣି ଥରେ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦା ପୂର୍ବରୁ ମଧ୍ୟ ରାଜନୀତିର ଏକ ଅଂଶ ହୋଇସାରିଛନ୍ତି ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ଗୋବିନ୍ଦା ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଚଳିତ ବର୍ଷର ଲୋକସଭା ନିର୍ବାଚନରେ ଅଭିନେତା ଗୋବିନ୍ଦା ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗୋବିନ୍ଦା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମେଣ୍ଟ ଶିବସେନାଙ୍କ ଟିକେଟରେ ନିର୍ବାଚନ ଲଢିବେ । ତେବେ ଏନେଇ ଅଭିନେତା ଏଯାବତ୍ କୌଣସି ନିଶ୍ଚିତତା ଦେଇନାହାଁନ୍ତି । ଗୋବିନ୍ଦାଙ୍କୁ ନିକେଟ ଅଫର ଦିଆଯାଇଥିବା ବେଳେ ଏନେଇ ସେ ଏଯାବତ୍ କୌଣସି ନିଷ୍ପତି ନେଇ ନାହାନ୍ତି । ଖୁବ ଶୀଘ୍ର ଏନେଇ ନିଶ୍ଚିତତା ଦିଆଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ୨୦୦୪ରେ ଗୋବିନ୍ଦା ଉତ୍ତର ମୁମ୍ବାଇ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପିର ଭେଟେରାନ ନେତା ରାମ ନାୟକଙ୍କୁ ପରାସ୍ତ କରିଥିଲେ। ଗୋବିନ୍ଦାଙ୍କ ବିଜୟ ପରେ ତାଙ୍କୁ ‘ଜଏଣ୍ଟ କିଲର’ ଆଖ୍ୟା ମିଳିଥିଲା । ଦୀର୍ଘ ଦିନ ଧରି ଏହା ଉତ୍ତର ମୁମ୍ବାଇ ବିଜେପିର ଗଡ ହୋଇ ରହିଥିଲା । ରାମ ନାଏକ ଏଠାରୁ ପାଞ୍ଚ ଥର ସାଂସଦ ରହିଥିଲେ । ଏପରିସ୍ଥିତିରେ ଗୋବିନ୍ଦାଙ୍କ ଜିତିବା ଉତ୍ତର ମୁମ୍ବାଇ ପାଇଁ ଏକ ବଡ ପରିବର୍ତ୍ତନ ବୋଲି ପ୍ରମାଣିତ ହୋଇଥିଲା।

 

Leave A Reply

Your email address will not be published.