Latest Odisha News

BREAKING NEWS

ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବାଇକ, ୩ ମୃତ

ଯାଜପୁର: କଳିଙ୍ଗନଗର ଥାନା ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚଳନ୍ତା ଟ୍ରକ୍ ପଛରେ ପିଟିହୋଇ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇ କଳିଙ୍ଗନଗର ଥାନା ଜିନ୍ଦଲ ମୁଖ୍ୟ ଗେଟ ସମ୍ମୁଖରେ ପହଞ୍ଚି ଘଟଣାର ତଦନ୍ତ କରିଛି। ସେଠାରେ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ୩ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ି। ଦୁର୍ଘଟଣା ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.