Latest Odisha News

BREAKING NEWS

ଆମାଜନ ହୋଲି ସେଲରେ ୪୫୦୦ ଟଙ୍କା ଶସ୍ତାରେ ମିଳୁଛି ପୋକୋର ଏହି ଦମଦାର ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ l ଏଥିପାଇଁ ସବୁ କମ୍ପାନୀ ଗ୍ରାହକଙ୍କ ପାଇଁ ବେଶ ଲୋଭନୀୟ ଅଫର ବର୍ଷା କରୁଛନ୍ତି l ଏଥିରେ ସାମିଲ ହୋଇଛନ୍ତି ଅନଲାଇନ ଶପିଂ ସାଇଟ l ଏଥର ହୋଲିରେ ଅମାଜ଼ାନ ସେଲ ରେ ବିଶେଷ ରିହାତି ଦେଉଥିବା ଦେଖିବାକୁ ମିଳିଛି l ଆମାଜନର ହୋଲି ସେଲରେ ପୋକୋ ଫୋନ୍ ର ଏକ ବିଶେଷ ରିହାତି ଉପଲବ୍ଧ | ଏହି ସ୍ମାର୍ଟଫୋନ୍ ପୋକୋ ସି୫୫( POCO ସି୫୫) ରେ ଦମଦାର ଅଫର ରହିଛି l ଏହି ଫୋନ ୫୦ ମେଗାପିକ୍ସେଲ କ୍ୟାମେରା ଏବଂ ୬ ଜିବି ରାମ ସହ ଆସିଥାଏ | ସବୁଠାରୁ ବଡ କଥା ହେଉଛି ଏହି ସେଲରେ ୪୫୦୦ ଟଙ୍କା ଶସ୍ତା ରେ ମିଳୁଛି |

ଏହି ପୋକୋ ଫୋନ୍ ଆମାଜନ୍ ସେଲରେ ୫୪ ପ୍ରତିଶତ ରିହାତିରେ ମିଳୁଛି | ଯାହାକି ଲାଞ୍ଚ ବେଳେ ପୋକୋ ସି୫୫ ଫୋନର ମୂଲ୍ୟ ୧୦,୯୯୯ ଥିଲା l ବର୍ତ୍ତମାନ ୪୫୦୦ ଟଙ୍କା ରିହାତି ପରେ ୬୪୯୯ ଟଙ୍କାରେ ଉପଲବ୍ଧ | କେବଳ ଏତିକି ନୁହେଁ, ଯେତେବେଳେ ଆପଣ ଫୋନ୍ କିଣିବେ , ସେତେବେଳେ ଆପଣଙ୍କୁ ଏକ ଏକ୍ସଚେଞ୍ଜ୍ ରିହାତି ମଧ୍ୟ ଦିଆଯାଉଛି , ଯେଉଁ କାରଣରୁ ଏହାର ମୂଲ୍ୟ ଆହୁରି ହ୍ରାସ କରିପାରିବେ |

ଫୋନର ବିଶେଷ ବୈଶିଷ୍ଟ୍ୟ:
ପୋକୋ ସି୫୫ ଡୁଆଲ୍ ସିମ୍ ସହିତ ଆସିଥାଏ, ଯାହାର ୬.୭୧ -ଇଞ୍ଚ ଏଚଡ଼ି+ ଡ଼ିସପ୍ଲେ ଅଛି | ଏହା ସହିତ, ଏହା 60Hz ରିଫ୍ରେସ ରେଟକୁ ସମର୍ଥନ କରେ | ସ୍ମାର୍ଟଫୋନରେ ମିଡିଆ ଟେକ୍ ହେଲିଓ ଜି୮୫ ପ୍ରୋସେସର ରହିଛି | ହ୍ୟାଣ୍ଡସେଟରେ ୬ଜିବି ରାମ ଏବଂ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି | ଏହା ବ୍ୟତୀତ, ଆପଣ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ୍ ମଧ୍ୟ ବୃଦ୍ଧି କରିପାରିବେ |

ପାଣିଠାରୁ ସୁରକ୍ଷା ପାଇଁ ଫୋନକୁ ଆଇପି୫୨ ରେଟିଂ ମଧ୍ୟ ମିଳିଛି | କମ୍ପାନୀ ଫୋନରେ ଏକ ମାଇକ୍ରୋ ଏସଡି କାର୍ଡ ସ୍ଲଟ୍ ମଧ୍ୟ ପ୍ରଦାନ କରିଛି। ବଜେଟ୍ ପୋକୋ ଫୋନରେ ପୋଟ୍ରେଟ୍ ମୋଡ୍, ନାଇଟ୍ ମୋଡ୍, ଟାଇମ୍ ଲାପ୍, ଏଚଡ଼ିଆର ମୋଡ୍ ଏବଂ ଅନେକ କ୍ୟାମେରା ବୈଶିଷ୍ଠ୍ୟ ପ୍ରଦାନ କରାଯାଇଛି | ଫୋନରେ ରିଅର ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ମଧ୍ୟ ପ୍ରଦାନ କରାଯାଇଛି |ଏହା ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିଥାଏ, ଯାହାର ମୁଖ୍ୟ ଲେନ୍ସ ୫୦ ମେଗାପିକ୍ସେଲ ଅଟେ | କମ୍ପାନୀ ଆଗରେ ୫ ମେଗାପିକ୍ସେଲ ସେଲଫି କ୍ୟାମେରା ଯୋଗାଇ ଦେଇଛି | ଯଦି ଫୋନର ବ୍ୟାଟେରୀ କଥା କହିବା ତେବେ ଏଥିରେ ୫୦୦୦ଏମଏଚ ବ୍ୟାଟେରୀ ପ୍ରଦାନ କରାଯାଇଛି, ଯାହା ୧୦ wat ଚାର୍ଜିଂକୁ ସମର୍ଥନ କରେ | ଏହି ଫୋନ୍ ତିନୋଟି ରଙ୍ଗ ରେ ଉପଲବ୍ଧ ହେଉଛି | ଆପଣ ଏହି ସ୍ମାର୍ଟଫୋନ୍ କୁଲ୍ ବ୍ଲୁ, ଗ୍ରୀନ୍ ଏବଂ ପାୱାର ବ୍ଲାକ୍ ରେ ମିଳୁଛି |

Leave A Reply

Your email address will not be published.