Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ଦୁଇ ବର୍ଷ ତଳର ଟ୍ୱିଟ୍: କମଲ୍ ଆର ଖାନ୍ ଗିରଫ

ମୁମ୍ବାଇ: ବଲିଉଡ ଏବଂ ସେଲିବ୍ରେଟମାନଙ୍କ ଉପରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚା ରହୁଥିବା କମଲ୍ ଆର୍ ଖାନ୍ (କେଆରକେ) ଗିରଫ। ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟକୁ ଆଧାର କରି ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 2020ରେ କେଆରକେ ଏହି ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ଏବେ ମାଲାଦ ପୋଲିସ ଗିରଫ କରିଛି। ଟ୍ୱିଟ୍ ପାଇଁ ମାଲାଦ ପୋଲିସ ଷ୍ଟେସନରେ କମଲ ଆର ଖାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବିମାନବନ୍ଦରରେ ପୋଲିସ ପ୍ରଥମେ ତାଙ୍କୁ ଅଟକାଇଥିଲା ପରେ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

କେଆରକେ ଅନେକ ହିନ୍ଦୀ ଏବଂ ଭୋଜପୁରୀ ପିଲ୍ମରେ କାମ କରିଛନ୍ତି। ସେ ଏବେ ନିଜର ଏକ ପ୍ରୋଜେକ୍ଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ବିଗ୍ ବସରେ ମଧ୍ୟ ସେ ସାମିଲ ହୋଇଥିଲେ।

Leave A Reply

Your email address will not be published.