Latest Odisha News

BREAKING NEWS

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଏବଂ ପତ୍ନୀଙ୍କ ବିରୋଧରେ ବଳାତ୍କାର ଏବଂ ଗର୍ଭପାତ ଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଲେ ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ବିରୋଧରେ ବଳାତ୍କାର ଓ ଗର୍ଭପାତ ଭଳି ସଙ୍ଗୀନ ଅଭିଯୋଗ ଅଣାଯାଇଛି। ତାଙ୍କ ବିରୋଧରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ  ତାଙ୍କ ବିରୋଧରେ ବଳାତ୍କାର ଓ ଗର୍ଭପାତ ମାମଲା ରୁଜୁ ହୋଇଛି।

ଏହି ମାମଲାରେ ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗିତା ବାଲି ମଧ୍ୟ ସାମିଲ୍‌ ଥିବା ସୂତ୍ରରୁ ପ୍ରକାଶ। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ଅଭିନେତ୍ରୀ ତଥା ମଡେଲ  ମହାଅକ୍ଷୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ଅନୁଯାୟୀ, ପୀଡିତା କହିଛନ୍ତି ଯେ ସେ ଏବଂ ମହାଅକ୍ଷୟ ୨୦୧୫ ମସିହାରୁ ସମ୍ପର୍କ‌ରେ ଥିଲେ। ୨୦୧୫ରେ ମହାଅକ୍ଷୟ ପୀଡିତାଙ୍କୁ ଘରକୁ ଡାକି ଏକ ମୃଦୁ ପାନୀୟରେ ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ।

ଏହି ସମୟରେ ମହାଅକ୍ଷୟ ବିନା ଅନୁମତିରେ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ଅନେକ ଥର ବିବାହ ବିଷୟରେ କହିଥିଲେ। ଏଥିସହିତ ମହାଅକ୍ଷୟ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ଅଭିଯୋଗ କରିଛନ୍ତି ପୀଡିତା।

ଏହାଛଡ଼ା ମହାଅକ୍ଷୟ ଚକ୍ରବର୍ତ୍ତୀ ପୀଡିତାଙ୍କ ସହିତ ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହିତ ପୀଡିତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ମଧ୍ୟ ସୂଚନା ମିଳିଛି।

ଏଫଆଇଆର୍‌ ଅନୁଯାୟୀ, ଯେତେବେଳେ ପୀଡିତା ଗର୍ଭବତୀ ହୋଇଥିଲେ, ମହାଅକ୍ଷୟ ତାଙ୍କୁ ବାଧ୍ୟ କରି ଗର୍ଭପାତ କରାଇବାକୁ ଚାପ ପକାଇଥିଲେ। ଯେତେବେଳେ ପୀଡିତା ରାଜି ହୋଇନଥିଲେ, ସେତେବେଳେ ସେ ପୀଡିତାଙ୍କ ଅଜାଣତରେ ଗର୍ଭପାତର ‌ଔଷଧ ଖାଇବାକୁ ଦେଇଥିଲେ।

ଏହାସହିତ ପୀଡିତା ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗିତା ବ‌ାଲିଙ୍କ ବିରୋଧରେ ଧମକଚମକ କରିବା ଏବଂ ଏହି ମାମଲାକୁ ରଫାଦଫା କରିବା ଆରୋପରେ ମଧ୍ୟ ଅଭିଯୋଗ ଆଣିଛନ୍ତି।

Comments are closed.