Latest Odisha News

BREAKING NEWS

ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ, ୫୪ ବର୍ଷରେ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ । ଗତକାଲି ଅର୍ଥାତ୍ ମେ ୨୩ ତାରିଖରେ ତାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ତାଙ୍କର ଦେହ ବହୁତ ଖରାପ ରହୁଥିବାରୁ, ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ ଶୁକ୍ରବାର ୫୪ ବର୍ଷୀୟ ତାଙ୍କ ତାଙ୍କ ପାର୍ଥୀବ ଶରୀର ତ୍ୟାଗ କାରିଛନ୍ତି ।

ଯାହାକୁ ନେଇ ଏବେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ‘ସନ୍ ଅଫ୍ ସର୍ଦ୍ଦାର’ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥିବା ଅଭିନେତା ମୁକୁଳ ଦେବଙ୍କ ସହିତ କାମ କରୁଥିବା ଅଭିନେତା ବିନ୍ଦୁ ଦାରା ତାଙ୍କ ପରଲୋକ ଖବର ନିଶ୍ଚିତ କରିଛନ୍ତି । ଏନେଇ ସେ କହିଛନ୍ତି, ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ, ମୁକୁଲ ନିଜକୁ ପ୍ରାଇଭେଟ୍ ରଖିଥିଲେ। ସେ ଘରୁ ବାହାରକୁ ଯାଉନଥିଲେ କି କାହାକୁ ଭେଟୁନଥିଲେ। ଗତ କିଛି ଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ସେ ହସ୍ପିଟାଲରେ ଥିଲେ। ତାଙ୍କ ଭାଇ ଏବଂ ତାଙ୍କୁ ଜାଣିଥିବା ଏବଂ ଭଲ ପାଉଥିବା ସମସ୍ତଙ୍କ ପ୍ରତି ମୋର ସମବେଦନା। ସେ ଜଣେ ଆଶ୍ଚର୍ଯ୍ୟଜନକ ବ୍ୟକ୍ତି ଥିଲେ ଏବଂ ଆମେ ସମସ୍ତେ ତାଙ୍କୁ ମନେ ପକାଇବୁ ବୋଲି ସେ କହିଛନ୍ତି । ସେହିପରି ମୁକୁଲଙ୍କ ବନ୍ଧୁ ଏବଂ ଅଭିନେତ୍ରୀ ଦୀପଶିଖା ନାଗପାଲ ମଧ୍ୟ ଇନଷ୍ଟାଗ୍ରାମରେ ଦିବଂଗତ ଅଭିନେତାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।

ତେବେ ଲୋକପ୍ରିୟ ଅଭିନେତା ମୁକୁଳ ଦେବ, ହିନ୍ଦୀ ଏବଂ ପଞ୍ଜାବୀ ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକ ଏବଂ ସଂଗୀତ ଆଲବମରେ ତାଙ୍କ କାମ ପାଇଁ ଜଣାଶୁଣା ଥିଲେ। ସେ କିଛି ବଙ୍ଗାଳୀ, ମାଲାୟଲମ, କନ୍ନଡ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ‘ୟମଲା ପଗଲା ଦିୱାନା’ରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସପ୍ତମ ଅମରୀଶ ପୁରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଦିଲ୍ଲୀରେ ଜନ୍ମିତ ଏହି ଅଭିନେତା ୧୯୯୬ ମସିହାରେ ବିଜୟ ପାଣ୍ଡେଙ୍କ ଭୂମିକାରେ ଅଭିନୟ କରି ଟିଭିରେ ‘ମୁମକିନ୍’ ଧାରାବାହିକ ମାଧ୍ୟମରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଦୂରଦର୍ଶନର ‘ଏକ୍ ସେ ବଢ୍ କର ଏକ’, ଏକ କମେଡି ବଲିଉଡ୍ କାଉଣ୍ଟଡାଉନ୍ ଶୋ’ରେ ମଧ୍ୟ ଅଭିନୟ କରିଥିଲେ। ସେ ୧୯୯୬ ମସିହାରେ ସୁସ୍ମିତା ସେନଙ୍କ ସହ ‘ଦସ୍ତକ୍’ ରେ ଏସିପି ରୋହିତ ମଲହୋତ୍ରା ଭୂମିକାରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ସେ ‘କିଲା’ (୧୯୯୮), ‘ୱଜୁଦ୍’ (୧୯୯୮), ‘କୋହରାମ’ (୧୯୯୯) ଏବଂ ‘ମୁଝେ ମେରି ବିବି ସେ ବଚାଓ’ (୨୦୦୧) ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ ।

Comments are closed.