Latest Odisha News

BREAKING NEWS

କୃଷକ ଆନ୍ଦୋଳନରେ ସାମିଲ ହେଲେ ବଲିଉଡ ଅଭିନେତା ନାନା ପାଟେକର, କହିଲେ ଏପରି କିଛି…

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନରେ ସାମିଲ ହେଲେ ବଲିଉଡ ଅଭିନେତା ନାନା ପାଟେକର । କୃଷକଙ୍କ ସପକ୍ଷରେ ନାନା ପାଟେକର ବଡ ବୟାନ ଦେଇଛନ୍ତି, ସେ କହିଛନ୍ତି ଯେ, ସରକାରଙ୍କ ଠାରୁ କିଛି ମାଗିବା ଦରକାର ନାହିଁ ବରଂ ଚାଷୀ ଭାଇ ସ୍ଥିର କରନ୍ତୁ ଦେଶରେ କାହାର ସରକାର ଆସିବା ଉଚିତ୍ । ଏବଂ ଠିକ୍ ସରକାର ବାଛନ୍ତୁ । ତେବେ ଏହା ପ୍ରଥମଥର ନୁହଁ ଯେ, ନାନା ଏପରି କହୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ।

ଅଭିନେତା ଆହୁରି କହିଛନ୍ତି ଯେ, ପୂର୍ବରୁ ୮୦ ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ ୫୦% ରେ ପହଞ୍ଚିଲାଣି । ତେମୁ ସରକାରଙ୍କୁ କିଛି ମାଗ ନାହିଁ ବରଂ ଯୋଗ୍ୟ ସରକାରକୁ ଆଣିବାକୁ ନିଷ୍ପତ୍ତି ନିଅ ।

ନାନା ପାଟେକର ସବୁବେଳେ ଚାଷୀ ଆତ୍ମହତ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଚାଷୀମାନେ ଯେପରି ଆତ୍ମହତ୍ୟା ନ କରିବେ ସେଥିପ୍ରତି ବାରମ୍ବାର ସଚେତନତା କରି ଆସୁଛନ୍ତି । ଏଥିପାଇଁ ଏକ ସଂସ୍ଥା ଖୋଲି ଚାଷୀଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି ।

ଏହାସହ ରାଜନୀତିରେ ଯୋଗଦାନକୁ ନେଇ ନାନା କହିଛନ୍ତି, ‘ମୁଁ ରାଜନୀତିରେ ଆସିପାରିବି ନାହିଁ । କାରଣ ଭୁଲ୍ ଓ ଅନ୍ୟାୟ ମୋ ଆଖିରେ ଯିବ ନାହିଁ । ମୋ ପେଟରେ ଯାହା ମୁହଁରେ ତାହା । ଯେଉଁଥିପାଇଁ ରାଜନୈତିକ ଦଳ ଗୁଡିକ ମୋତେ କିଛି ଦିନ ବିତରେ ଦଳରୁ ବହିଷ୍କାର କରିଦେବେ । ଆଉ ଏଭଳି ଭାବେ ମାସେ ମଧ୍ୟରେ ସବୁ ଦଳରୁ ବହିଷ୍କାର ହୋଇ ସାରିଥିବି’ । କିନ୍ତୁ ଚାଷୀ ଭାଇଙ୍କ ସାମ୍ନାରେ ହୃଦୟର କଥା କହିପାରିବି । ଯିଏ ଏବେ ଆମକୁ ଖାଦ୍ୟ ଦେଉଛି ତାହା କଥା ବୁଝିବାକୁ କେହି ନାହାନ୍ତି । ତେଣୁ ଆମେ କାହିଁକି ସରକାର କଥା ଚିନ୍ତା କରିବୁ’ ।

ସେ ଆହୁରି କହିଛନ୍ତି, ‘ଯଦି ମୋର ପୁର୍ନଜନ୍ମ ହୁଏ ତେବେ ମୁଁ ନିଶ୍ଚୟ ଭାବେ କୃଷକ ହୋଇ ଜନ୍ମନେବି’ ।

Leave A Reply

Your email address will not be published.