Latest Odisha News

BREAKING NEWS

ଖୁବ୍‌ଶୀଘ୍ର ବିବାହ କରିବେ ରଣଦୀପ ହୁଡା

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା ସେ ତାଙ୍କ ପ୍ରେମିକା ଲିନ୍ ଲୈଶ୍ରାମଙ୍କୁ ବିବାହ କରିବାକୁ ଯାଉଛନ୍ତି । ଚଳିତ ମାସ ଶେଷରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହ ଆଉ ଅଳ୍ପ ଦିନ ଥିବାରୁ ଏନେଇ ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବିବାହ ତାରିଖ ଜଣାପଡିନାହିଁ ।

ରଣଦୀପ ହୁଡା ଏବଂ ଲିନଙ୍କ ବିବାହ କାର୍ଯ୍ୟକ୍ରମରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗଦେବେ । ରଣଦୀପ ତାଙ୍କ ବିବାହକୁ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ବିବାହ ପରେ ହିଁ ସେ ଏହାର ଅଫିସିଆଲ୍ ଘୋଷଣା କରିବେ ବୋଲି ଅଭିନେତା କହିଛନ୍ତି । କିଛି ଦିନ ପୂର୍ବରୁ ରଣଦୀପ ତାଙ୍କ ପ୍ରେମିକାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ । ସେ ଲିନଙ୍କ ଜନ୍ମଦିନରେ ଏକ ପ୍ରେମ ଭରା ପୋଷ୍ଟ ସେୟାର କରି ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିଶ୍ଚିତ କରିଥିଲେ । ରଣଦୀପଙ୍କ ଗର୍ଲଫ୍ରେଣ୍ଡ ମଣିପୁରର ଅଟନ୍ତି । ଲିନ ମଡେଲିଂ ସହିତ ଅଭିନୟ ମଧ୍ୟ କରନ୍ତି । ତେବେ ରଣଦୀପଙ୍କଠାରୁ ସେ ପ୍ରାୟ ୧୦ ବର୍ଷ ସାନ ହେବେ ।

Leave A Reply

Your email address will not be published.