Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ଅନୁପମା ଫେମ୍ ରୁପାଲି ଗାଙ୍ଗୁଲି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ଏଥିପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହାରି ଭିତରେ ଅନେକ ରାଜନେତା ଦଳ ଛାଡୁଥିବା ବେଳେ ଅନେକ ଦଳରେ ସାମିଲ ମଧ୍ୟ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଜଣେ ଟିଭି ଅଭିନେତ୍ରୀ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ବରିଷ୍ଠ ନେତା ବିନୋଦ ତାୱଡ଼େ ଓ ଅନିଲ ବାଲୁନିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରୁପାଲି । ତେବେ ଆଗକୁ ଦଳ ତାଙ୍କୁ କିଛି ବଡ଼ ଦାୟିତ୍ୱ ଦେବାର ସମ୍ଭାବନା ରହିଛି ।

ଦଳରେ ଯୋଗ ଦେଇ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବଡ ପ୍ରଶଂସକ । ବିଜେପିର କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ ଦଳରେ ଯୋଗ ଦେଇଛି ବୋଲି କହିଛନ୍ତି ରୁପାଲି । ରୁପାଲି ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ମୁଁ ବିକାସର ଏହି ମହାଯଜ୍ଞକୁ ଦେଖେ ସେତେବେଳେ ମୋତେ ଏଥିରେ ସାମିଲ ହେବାକୁ ଇଚ୍ଛା ହୁଏ । ମୋତେ ଆପଣଙ୍କ ଆଶୀର୍ବାଦ ନିହାତି ଦରକାର ଯାହାଦ୍ଵାରା ମୁଁ ଠିକ୍ ଏବଂ ଭଲ କାର୍ଯ୍ୟ କରିପାରିବି ।

କହିରଖୁଛୁ ଯେ, ଅନୁପମା ଫେମ୍ ରୁପାଲି ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଗତ ମାର୍ଚ୍ଚ ମାସରେ ରୁପାଲି ନିଜ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରଙ୍କ ସହ ଭେଟିଥିବା ସୂଚନା ନିଜେ ଦେଇଥିଲେ । ରୁପାଲି ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ମୁଁ ସେହିଦିନକୁ କେବେ ମଧ୍ୟ ଭଲ ଭୁଲିପାରିବି ନାହିଁ । ସେଦିନ ମୁଁ ବହୁତ ଖୁସି ଥିଲି । ମୋର ଅନେକ ଦିନର ସ୍ଵପ୍ନ ପୁରା ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁପମା, ସାରାଭାଇ ଭର୍ସେସ ସାରାଭାଇ ଆଦିରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି ରୁପାଲି । ଅନୁପମା ସିରିଏଲ ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ସେଥିରୁ ସେ ଖ୍ୟାତି ଅର୍ଜନ କରିଥିଲେ । ବିଜେପିରେ ସାମିଲ ହେବା ସହ ରୁପାଲି ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି । ତିନି ତିନି ଥର ଦାଦାସାହେବ ଫାଲକେ ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି ରୁପାଲି ।

Leave A Reply

Your email address will not be published.