Latest Odisha News

BREAKING NEWS

ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ୍, ସହାୟତା କଲେ ସବ୍ୟସାଚୀ

ଭୁବନେଶ୍ୱର: ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନା । ଜଣେ ବ୍ୟକ୍ତି ୪ରୁ ୫ ଜଣ ଯୁବକଙ୍କୁ ଏକ କୋଠରୀରେ ରଖି ଏକ ମୋଟା କାଠରେ ପିଟୁଛନ୍ତି । ଯେତେ କାକୁତି ମିନତି ହେଲେ ବି ଶୁଣୁନାହାଁନ୍ତି ନିର୍ଦ୍ଦୟ ବ୍ୟକ୍ତ ଜଣଙ୍କ । ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଆଉ ଏହି ଭାଇରାଲ୍ ଭିଡିଓକୁ ନେଇ ପୀଡ଼ିତ ପ୍ରବାସୀଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

ଭିଡିଓ ଭାଇରାଲର ମାତ୍ର ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ ପୋଲିସ, ଓଡ଼ିଶା ଶ୍ରମ ବିଭାଗ ଓ ଓଡ଼ିଶା ପୋଲିସ ସହାୟତାରେ ପ୍ରବାସୀଙ୍କୁ ସାହାଯ୍ୟ କରିଛନ୍ତି । ଘଟଣାଟି ତାମିଲନାଡ଼ୁର ହୋଇଥିବା ବେଳେ ପ୍ରବାସୀ ଓଡ଼ିଆଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଥିବା ସବ୍ୟସାଚୀ ସୂଚନା ଦେଇଛନ୍ତି । ସେଠାରେ ଫସିଥିବା ସମସ୍ତ ଓଡ଼ିଆଙ୍କୁ ଉଦ୍ଧାର କରାଯାଇଛି ।

ପ୍ରାୟ ୩୫ ଜଣ ଓଡ଼ିଆ ତାମିଲନାଡ଼ୁରେ ନିର୍ଯାତିତ ହେଉଥିଲେ । ସେମାନେ ଏବେ ସୁରକ୍ଷିତ ଅଛନ୍ତି । ୨ ଦିନ ହେଲା ସେମାନେ ଭୋକିଲା ଥିବା ବେଳେ ସବ୍ୟସାଚୀ ସେମାନଙ୍କ ଲାଗି ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.