Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କୁ ଅଣଦେଖା, ଦାବି ପୂରଣ ନ ହେଲେ ଆନ୍ଦୋଳନ !

ଭବାନୀପାଟଣା: କରୋନା ମହାମାରୀ ଭଳି ବିଶ୍ୱବିପତ୍ତିରେ ଓଡିଶାର ଆଶାକର୍ମୀଙ୍କ ଯୋଗଦାନ କିଛି କମ୍ ନାହିଁ । ଗତବର୍ଷ ଘରଘର ବୁଲି ସର୍ଭେ କରିବା ସହ ଲୋକଙ୍କୁ କରୋନାକୁ ନେଇ ସଚେତନ କରାଇବାରେ ଏମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତଥାପି ଏମାନଙ୍କ ଉପରେ ଆଜି ଯାଏଁ ସରକାରଙ୍କ କୃପାଦୃଷ୍ଟି ପଡିନାହିଁ ।

BjdElectrycity

କଳାହାଣ୍ଡି କଲ୍ଲାମୁଣ୍ଡା ବ୍ଲକର ଆଶାକର୍ମୀ ସଂଘର ସଭାନେତ୍ରୀ ବବିତା ସାହୁ ଓ ସଂପାଦକ ସ୍ନେହଲତା ସାହୁ ଅବହେଳିତ ଆଶାକର୍ମୀଙ୍କ ଅଧିକାର ନେଇ ସ୍ୱର ଉତ୍ତୋଳନ କରିଛନ୍ତି । ଆଜି ବିଭିନ୍ନ ପଂଚାୟତର ଆଶା କର୍ମୀଙ୍କ ଉପସ୍ଥିତିରେ ବବିତା ସାହୁ ଓ ସ୍ନେହଲତା ସାହୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ବ୍ଲକ ଚେୟାରମ୍ୟାନ ଅରବିନ୍ଦ ଚୌଧୁରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗତବର୍ଷ ଏହି ଆଶା କର୍ମୀମାନେ ଜୀବନକୁ ବାଜି ଲଗାଇ ବିନା ତାଲିମରେ ନିଜ ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶକୁ କାମରେ ପରିଣତ କରିଥିଲେ । ତଥାପି ଏମାନଙ୍କ ପାଇଁ ନାହିଁ ସ୍ଥାୟୀ ଦରମା କି ବୀମା । ସ୍ୱାସ୍ଥ୍ୟ ବିଭାଗର ପ୍ରତିଟି କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ଜଡିତ ରହୁଥିବା ଆଶା କର୍ମୀଙ୍କ ସମସ୍ୟାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ନିଘା ନାହିଁ । ଆଗାମୀ ଦିନରେ ଯଦି ଆଶାକରର୍ମୀଙ୍କ ଦାବି ପୂରଣ ନହୁଏ, ତେବେ କରୋନା ମହାମାରୀ ସଂପର୍କିତ ଯୋଜନାରେ ସାମିଲ ହେବେ ନାହିଁ ବୋଲି ସଭାନେତ୍ରୀ ବବିତା ସାହୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.