Latest Odisha News

BREAKING NEWS

୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବି ଶୀଘ୍ର ଦିଆଯାଉ କରୋନା ଟିକା: ସରକାରଙ୍କୁ ସୋନୁଙ୍କ ଅପିଲ

ମୁମ୍ବାଇ: ଦେଶରେ କରୋନା ପୁଣି କାୟା ବିସ୍ତାର କରୁଛି । ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟେନସନ ଦେଉଛି । ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର । ଦେଶରେ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ଟୀକାକରଣ ଜାରି ରହିଛି ।  ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି । କିନ୍ତୁ  ୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଶୀଘ୍ର କରୋନା ଟିକା ଦିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଏନେଇ ସେ ଟ୍ବିଟ୍ କରି କହିଛନ୍ତି । 

ସୋନୁ ଲେଖିଛନ୍ତି, “ବର୍ତ୍ତମାନ ସମୟ ଆସିଗଲାଣି ସରକାର ୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଘୋଷଣା କରନ୍ତୁ । ଏନେଇ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯୁବପିଢ଼ି ଓ ଛୋଟ ଛୋଟ ପିଲା ମାନେ ବି କରୋନା ସଂକ୍ରମିତ ହେଉଛନ୍ତି । କିଛି ଦିନ ତଳେ ସୋନୁ ପଞ୍ଜାବ ଅମୃତସର ହସ୍ପିଟାଲରେ କରୋନା ଭ୍ୟାକ୍ସିନ ନେଇଛନ୍ତି । 

Leave A Reply

Your email address will not be published.