Latest Odisha News

ଛତିଶଗଡ଼ ବଢ଼ାଇଛି ଓଡ଼ିଶାର ଏହି ପାଞ୍ଚ ଜିଲ୍ଲାରେ କରୋନା ଟେନସନ୍, ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ଭୟ । ସେସବୁ ରାଜ୍ୟରେ ବ୍ୟାପୁଛି । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ସୁନ୍ଦରଗଡ଼ରେ ୫୦ରୁ ଶହେ ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଟପିଗଲା । ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ିବା ରାଜ୍ୟ ପାଇଁ ଚିନ୍ତାର କାରଣ ।
ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୧୦୮ ଓ ବରଗଡ଼ରୁ ବାହାରିଛନ୍ତି ଆଉ ୮୪ ପଜିଟିଭ୍ । ନୂଆପଡ଼ା ଓ ସମ୍ୱଲପୁର ଜିଲ୍ଲାରୁ ୮୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କେବଳ ୫୮୦ ଆକ୍ରାନ୍ତ । ଯାହାକି ମୋଟ୍ ସଂକ୍ରମିତଙ୍କ ୪୫ପ୍ରତିଶତ । ଛତିଶଗଡ଼ ସୀମାକୁ ଲାଗି ଥିବା ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିଛି । ତଥାପି ସଂକ୍ରମଣ ଉପରମୁହାଁ ।

ରାଜ୍ୟରେ ଆସନ୍ତାକାଲି ୬ହଜାର ଛୁଇଁବ ଆକ୍ଟିଭ କେସ୍ । ଏବେ ୫ହଜାର ୯୪୧ଟି ସକ୍ରିୟ ମାମଲା ରହିଛି । ଛତିଶଗଡ଼ ସୀମାନ୍ତ ପାଞ୍ଚଟି ଜିଲ୍ଲାରେ ବି ସକ୍ରିୟ ମାମଲା ବଢ଼ି ଚାଲିଥି । ସୁନ୍ଦରଗଡ଼ରେ ସରବୁଠୁ ଅଧିକ ୯୫୫ ଆକ୍ଟିଭ୍ କେସ୍ ରହିଛି । ସେହିପରି କଳାହାଣ୍ଡିରେ ୫୦୬, ନୂଆପଡ଼ାରେ ୩୬୮, ବରଗଡ଼ ୩୫୮ ଓ ସମ୍ୱଲପୁର ଜିଲ୍ଲାରେ ଏହି ସଂଖ୍ୟା ୩୦୮ । ଅର୍ଥାତ ୫ଟି ଜିଲ୍ଲାରେ ରହିଛି ୨ହଜାର ୪୯୫ଟି ସକ୍ରିୟ ମାମଲା । ରାଜ୍ୟରେ ଯେତିକି ଆକ୍ଟିଭ୍ କେସ୍ ରହିଛି ତାର ୪୧ ପ୍ରତିଶତ ଏହି ପାଞ୍ଚଟି ଜିଲ୍ଲାରେ ରହିଛି ।

ପଡ଼ୋଶୀ ଛତିଶଗଡ଼ରେ କରୋନା ଭୟଙ୍କର ରୂପ ଧାରଣ କରି ମାଡ଼ି ଚାଲିଛି । ମହାରାଷ୍ଟ୍ର ପରେ ଦ୍ୱିତୀୟ ସର୍ବାଝିତ ସଂକ୍ରମିତ ରାଜ୍ୟ । ସେହିପରି ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ବି କେସ୍ ବଢୁଛି । ଆଗକୁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବ । ସମ୍ଭାବ୍ୟ ସ୍ଥିତିକୁ ନେଇ କଟକଣାକୁ ସରକାର କଡ଼ାକଡ଼ି କଲେଣି । ସୀମାରେ ଜୋରଦାର ଚେକିଂ ଚାଲିଛି । ଅଦିକ ସଂକ୍ରମିତ ରାଜ୍ୟରୁ ଆସିଲେ ଆରଟିପିସିଆର ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ନହେଲେ ସାତ ଦିନ କ୍ୱାରେଣ୍ଟାଇନରେ ରହିବେ ।

Leave A Reply

Your email address will not be published.