Latest Odisha News

BREAKING NEWS

ଦୀପିକା, ହାସଲ କଲେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ର ମାନ୍ୟତା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି । ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ଦୀପିକା ଏହି ମାନ୍ୟତା ହାସଲ କରିଛନ୍ତି ।

ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍ ଫିମେଲ ସେଲେବ’ ରେ ପ୍ରଥମ ସ୍ଥାନରେ ରହିବା ସହିତ ଅନେକ ଜଣାଶୁଣା ଅଭିନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହାପରେ ଆଗାମୀ ଦିନରେ ଦୀପିକା ଅନ୍ୟ ବ୍ରାଣ୍ଡରେ କାମ କରୁଥିବା ମଧ୍ୟ ନଜରକୁ ଆସିବେ ।

ଟେଲିକମ୍ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆର ୨୦୧୯ ରିପୋର୍ଟ ଅନୁସାରେ ଦୀପିକା ଦେଶର ବିଶ୍ଵସନୀୟ ମହିଳା ସେଲେବ୍ସର ସୂଚୀରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି ।

୨୦୧୭ ମସିହାରେ ଶାହରୁଖ ଖାନଙ୍କ ସହିତ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ରେ ବଲିଉଡରେ ଏଣ୍ଟ୍ରି କରିଥିବା ଦୀପିକା ତାଙ୍କର ପ୍ରତ୍ୟେକ ଫିଲ୍ମରେ ନିଜର କମାଲ ଦେଖାଇଛନ୍ତି । ତାଙ୍କର ଏହି ପରିଶ୍ରମ ପାଇଁ ସେ ଅନେକ ଗ୍ଲୋବାଲ୍ ବ୍ରାଣ୍ଡ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି ଏବଂ ଆଜି ମଧ୍ୟ ଇଣ୍ଡଷ୍ଟ୍ରିରେ ମଜବୁତ ସହିତ ଛିଡା ହୋଇଛନ୍ତି ।

Comments are closed.