Latest Odisha News

BREAKING NEWS

ଅଭିନେତ୍ରୀ ଗେହାନା ବଶିଷ୍ଠ ଗିରଫ, ଅଶ୍ଲୀଳ ଭିଡିଓ ପ୍ରସ୍ତୁତିରେ ସମ୍ପୃକ୍ତି ଅଭିଯୋଗ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଗେହାନା ବଶିଷ୍ଠଙ୍କୁ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ୍ ଗିରଫ କରିଛି । ଗେହାନା ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ଓ ୱେବସାଇଟରେ ଅପଲୋଡିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆଜି ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।

ଗେହାନା ମିସ୍ ଇଣ୍ଡିଆ ବିକିନି କ୍ରାଉନ୍ ଜିତିଛନ୍ତି । ଏହାଛଡ଼ା ସେ ହିନ୍ଦି ଓ ତେଲୁଗୁ ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ପୋଲିସ ଅନୁସାରେ, ଗେହାନା ପ୍ରାୟ ୮୭ଟି ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ୱେବସାଇଟରେ ଅପଲୋଡ୍ କରିଥିଲେ । ସେସବୁ ଭିଡିଓକୁ ଦେଖିବା ଲାଗି ୨୦୦୦ ଟଙ୍କା ସବସ୍କ୍ରିପସନ ଚାର୍ଜ ନେଉଥିଲେ ।

ଅଭିଯୋଗ ଅନୁସାରେ, ଗେହାନା ଅଶ୍ଲୀଳ ଭିଡିଓରେ ଅଭିନୟ କରିବାକୁ ବାଧ୍ୟ କରୁଥିଲେ । ଏନେଇ ତିନିଜଣ କ୍ରାଇମବ୍ରାଞ୍ଚର ଦ୍ୱାରସ୍ତ ହୋଇଥିଲେ । ଗୁରୁବାର ମାଲଦର ଗ୍ରୀନପାର୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ପ୍ରପର୍ଟି ସେଲ୍ ରେଡ୍ କରିଥିଲା । ଏଥିରେ ୟସ୍ମିନ ବାଗ ଖାନ, ପ୍ରତିଭା ନଲାୱାଡେ, ମନୁ ଗୋପାଳପ୍ରସାଦ ଯୋଶୀ, ଭାନୁସୂର୍ଯ୍ୟମ ଠାକୁର ଓ ମହମ୍ମଦ ୟାସିଫଙ୍କଙ୍କୁ ଗିରଫ କରିଥିଲା ।

ଜଣେ ପୀଡ଼ିତଙ୍କୁ ଉଦ୍ଧାର କରିବା ପରେ ପୁନର୍ବାସ କେନ୍ଦ୍ରକୁ ପଠାଯାଇଛି । ପୋଲିସ ୩ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ବେଳେ ସେଥିରେ ୩୬ ଲକ୍ଷ ଟଙ୍କା ଜମା ରହିଛି । ୱେବସାଇଟରେ ଭିଡିଓ ସବସ୍କ୍ରିପନରୁ ଆୟ ଟଙ୍କା ଏହି ସବୁ ଆକାଉଣ୍ଟରେ ଜମା ହେଉଥିଲା । ସେଠାରୁ ଭିଡିଓ କ୍ୟାମେରା ସହ ମୋବାଇଲ୍ ଫୋନ, ଲାପଟପ୍ ଓ ଅନ୍ୟ ଉପକରଣ ଜବତ କରାଯାଇଛି ।

Leave A Reply

Your email address will not be published.