Latest Odisha News

BREAKING NEWS

୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ, ଭାଇରାଲ ହେଲା ନିମନ୍ତ୍ରଣ କାର୍ଡ଼

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୪ ତାରିଖରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ କରିବେ । ଏବେ ସେମାନଙ୍କ ବିବାହ କାର୍ଡ଼ ସାମ୍ନାକୁ ଆସିଛି । ବିବାହ ଆଉ କମ୍ ଦିନ ଥିବାରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରର ଲିଲା ଓ ତାଜ୍ ଲେକ୍ ପ୍ୟାଲେସ୍‌ରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ଏହି ବିବାହ କାର୍ଯ୍ୟ ସେପ୍ଟେ୍ମ୍ବର ୨୩ରୁ ଆରମ୍ଭ ହୋଇ ୨୪ ସେପ୍ଟେ୍ମ୍ବର ପର୍ଯ୍ୟନ୍ତ ଚାଲିବ । ୨୩ ତାରିଖରେ ପରିଣୀତି-ରାଘବଙ୍କ ହଳଦୀ, ମେହେନ୍ଦି ଏବଂ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ୨୪ ତାରିଖ ଦିନରେ ବିବାହ ଆୟେଜିତ ହେବ । ସନ୍ଧ୍ୟା ରିସେପ୍ସନ ଦିଆଯିବ । ବିବାହରେ ଯୋଗଦେବା ପାଇଁ ସମ୍ପର୍କୀୟମାନେ ୨୨ ତାରିଖରେ ଉଦୟପୁରରେ ପହଞ୍ଚିବେ ।

ବିବାହରେ କେବଳ ପରିବାର ଲୋକ ଏବଂ କିଛି ଖାସ୍ ବନ୍ଧୁ ଯୋଗ ଦେବେ । ସେମାନଙ୍କ ରହିବା ଲାଗି ଉଦୟପୁରସ୍ଥିତ ଉଦୟବିଲାସ ହୋଟେଲ ସମେତ ଆଖପାଖରେ ଥିବା ତିନିଟି ହୋଟେଲ ବୁକ କରାଯାଇଛି । ଏଥିରେ ୫୦ରୁ ଅଧିକ ରାଜନେତା, ଷ୍ଟାର, ଭିଆଇପି ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନେ ବି ସାମିଲ ରହିବେ ବୋଲି କୁହାଯାଉଛି । ଏହି ବିବାହରେ ପ୍ରିୟଙ୍କା ଏବଂ ନିକ ମଧ୍ୟ ଯୋଗ ଦେବେ । ଦୁଇମାସ ପୂର୍ବରୁ ରାଘବ ଓ ପରିଣୀତି ଉଦୟପୁର ଆସି ହୋଟେଲର ଲୋକେସନ ଦେଖି ବିବାହ ପାଇଁ ଚୟନ କରି ଯାଇଥିଲେ ।

କିଛି ଦିନ ଧରି ଉଭୟ ପରସ୍ପରକୁ ଡେଟିଂ କରିବା ପରେ ଗତ ମେ ୧୩ ତାରିଖରେ ନିର୍ବନ୍ଧରୀତି ଅନୁଷ୍ଠିତ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଆୟୋଜିତ ହୋଇଥିଲା । ରାଘବ ଏବଂ ପରିଣୀତି ପରସ୍ପରକୁ କଲେଜ ବେଳୁ ଜାଣିଥିଲେ ।

Leave A Reply

Your email address will not be published.