ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆକ୍ରମଣ ଉଦ୍ୟମ ହୋଇଛି ବୋଲି ପାୟଲ ଦାବି କରିଛନ୍ତି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ପାୟଲ ଏକ ଭିଡିଓରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ତାଙ୍କୁ ରଡ୍ରେ ମାରିବାକୁ ଚେଷ୍ଟା କରିଥିଲେ।
ତାଙ୍କ କହିବା କଥା ସେ ଔଷଧ କିଣିବା ପରେ ସେ ମୁମ୍ବାଇସ୍ଥିତ ନିଜ ଘରକୁ ଫେରୁଥିଲେ ଯେତେବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ପାୟଲ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ହାତରେ ଏକ ବୋତଲ ଥିଲା, ସେଥିରେ ଏସିଡ୍ ଥିବା ସନ୍ଦେହ କରୁଛନ୍ତି ପାୟଲ। ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ପାୟଲ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ।
ଏହି ଆକ୍ରମଣରେ ପାୟଲଙ୍କ ବାମ ହାତରେ ମଧ୍ୟ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ସେ ଇନଷ୍ଟାରେ ନିଜ ଉପରେ ହୋଇଥିବା ଆକ୍ରମଣ ଉପରେ ବର୍ଣ୍ଣନା କରିଥିଲେ। ପାୟଲଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ସେ ଏକ ମାମଲା ରୁଜୁ କରିବେ ବୋଲି କହିଛନ୍ତି।
Comments are closed.