Latest Odisha News

BREAKING NEWS

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ ।

ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ ବାଡେଇବା ଅଭିଯୋଗରେ ପିପିଲି ଜଟଣୀ ରାସ୍ତା ଅବରୋଧ କଲେ ବିଜେପି କର୍ମୀ। ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ବିଜେପି କର୍ମୀମାନେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡି ଏଭଳି ଆଚରଣ ଜାରି ରଖିଲେ ପିପିଲି ଉପନିର୍ବାଚନରେ ବିଜେଡିର କୌଣସି ପ୍ରଚାର ଗାଡି ପ୍ରଚାର କରି ପାରିବ ନାହିଁ।

Leave A Reply

Your email address will not be published.