Latest Odisha News

BREAKING NEWS

ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ନୂଆଦିଲ୍ଲୀ: ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ। ପରାଗ ଶାହା ନାମକ ଜଣେ ଡାକ୍ତରଙ୍କ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ବିବାଦୀୟ ବିବୃତ୍ତି ପାଇଁ ଅନେକ ଥର ଅଭିନେତ୍ରୀଙ୍କ ନାଁ ସାମ୍‌ନାକୁ ଆସିଛି।

ଅହମ୍ମଦାବାଦରେ ସୋସାଇଟି ସଦସ୍ୟ ଥିବା ଡାକ୍ତର ପରାଗ ଶାହାଙ୍କ ଦ୍ୱାରା ସାଟେଲାଇଟ୍ ପୋଲିସ ଷ୍ଟେସନରେ ପାୟଲ ରୋହତଗିଙ୍କ ବିରୋଧରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଅଭିନେତ୍ରୀ ସୋସାଇଟି ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ। ଏହାସହିତ ଚେୟାରମ୍ୟାନଙ୍କ ସହ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ। ଏହାସହ ସୋସାଇଟି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଅପମାନଜନକ ଭାଷା ମଧ୍ୟ ପ୍ରୟୋଗ କରିଥିଲେ।

ଏପରିକି ତାଙ୍କ ସହ ଯିଏ ଯୁକ୍ତତର୍କ କରିବ ତାଙ୍କ ଗୋଡ ଭାଙ୍ଗିଦେବାକୁ ମଧ୍ୟ ଧମକ ଦେଇଥିଲେ। ଖେଳ ପଡ଼ିଆରେ ଏକ ସାଧାରଣ ପ୍ଲଟ୍‌ ପ୍ରସଙ୍ଗକୁ ନେଇ ପାଟିତୁଣ୍ଡ କରିଥିଲେ। ପରେ ତାଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଥିଲା।

Comments are closed.