Latest Odisha News

BREAKING NEWS

ନୂଆ ବର୍ଷ ପୂର୍ବରୁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଇଲେ ଅଭିନେତ୍ରୀ ଶ୍ରୁତି ସେଠ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁ ୨୦୨୦ ବର୍ଷ ସ୍ମରଣୀୟ ହୋଇରହିବ। ସବୁ କ୍ଷେତ୍ର ପାଇଁ ଏହା ଏକ ଅବିସ୍ମରଣୀୟ ବର୍ଷ। ଅଭିନେତ୍ରୀ ଶ୍ରୁତି ସଠେ୍‌ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତ୍ରୀ ଚଳିତ ବର୍ଷର ବିଦାୟ ପାଇଁ ଯୋଜନା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଥିଲା ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର ପାଇଁ ଶ୍ରୁତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶ୍ରୁତି ମଧ୍ୟ ଏହି ଅସୁବିଧାରୁ ଅନେକ ଶିକ୍ଷା ପାଇଥିଲେ ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଶ୍ରୁତି ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର୍‌ କରିଛନ୍ତି, ଯେଉଁଥିରେ ସେ ଡାକ୍ତରଖାନା ଶଯ୍ୟାରେ ବିଶ୍ରାମ ନେଉଥିବାର ନଜର ଆସିଛନ୍ତି। ଏହି ଛବି ସହିତ ଶ୍ରୁତି ଏକ ଲମ୍ବା ନୋଟ୍ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି ୨୦୨୦ ମୋତେ ଏବଂ ମୋ ପରିବାରକୁ ଶେଷ ସମୟରେ ଝଟ୍‌କା ଦେଇଛି। ଅଚାନକ ମୋର ସ୍ବାସ୍ଥ୍ୟ ଖରାପ ହେବା ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର କରିବା ଯୋଗୁ ମୋର ସମସ୍ତ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଯାତ୍ରା ଯୋଜନାକୁ ପରିତ୍ୟାଗ କରିବାକୁ ପଡିଲା। ଏଠାରେ ମୁଁ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଟଳିଯାଇଥିବାରୁ ଧନ୍ୟବାଦ ଦେଉଛି। ମୋ ପାଇଁ ଏହା ଏକ ଉଚିତ ଶିକ୍ଷା।

Comments are closed.