Latest Odisha News

BREAKING NEWS

କବିତା:ଅସତ୍ୟ ସହର

 

ଅନୀତା ଦାସ

ଅସତ୍ୟ ସହର ,ଏ ଅସତ୍ୟ ସହର,
ସତ୍ୟର ବଦଳେ ହୁଏ ଏଠି ମିଥ୍ୟା ର ପ୍ରଚାର।
ମୃତ୍ୟୁ ଆସେ ଅକସ୍ମାତ ପ୍ରତି ଘରେ ଘରେ,
ଜନ୍ମ ପୂର୍ବରୁ ଶ୍ୱାସ ରୁଦ୍ଧ ହୁଏ କେତେ ପ୍ରାଣର।

ଅସତ୍ୟ ସହର ଏ ଅସତ୍ୟ ସହର,
ମାନବିକତାର ହତ୍ୟା ହୁଏ ଏଠି ପ୍ରତି ମୂହୁର୍ତ୍ତ ରେ।
ଧର୍ମ ରାଜ ସାଜି ଯୁଧିଷ୍ଠିର ମାନେ କରନ୍ତି ଅଧର୍ମ ପ୍ରଚାର,
ନ୍ୟାୟ ବଦଳେ ହୁଏ ଏଠି ଅନ୍ୟାୟର ବିଚାର।

ଅସତ୍ୟ ସହର ଏ ଅସତ୍ୟ ସହର,
ଦ୍ରୌପଦୀ ବିବସ୍ତ୍ର ହୁଏ ଏଠି ଦିନ ଦ୍ବିପହରେ
ଲଜ୍ଜା ନିବାରଣ ପାଇଁ ମିଳନ୍ତି ନାହିଁ କେହି ଶ୍ରୀ କୃଷ୍ଣ
ବଳାତ୍କାରୀଙ୍କୁ ମିଳେ ଜାମିନ୍ ଅତି ସହଜରେ।

ଅସତ୍ୟ ସହର ଏ ଅସତ୍ୟ ସହର
ନୃତ୍ୟ ନାମେ ମିଳେ ପରିଚୟ ନଗ୍ନତାର,
ସାଧୁ ବେଶୀ ଅସାଧୁ ମାନେ ଦିଅନ୍ତି ବିଷ ପ୍ରସାଦ ରୂପରେ
ସମାଜ ସେବୀ ମାନେ କରନ୍ତି ରାଜନୀତିର ବ୍ୟାପାର।

ସତ୍ୟ ଏଠି ଦଗ୍ଧିଭୁତ ହୁଏ ପ୍ରତି କ୍ଷଣରେ,
ପୁଣ୍ୟ ଖୋଜି ବୁଲେ ଆତ୍ମ ପରିଚୟ ପାପର ଦ୍ଵାରେ।
ଲାଲ୍ ରଙ୍ଗେ ରଙ୍ଗାୟିତ ହୁଏ ସମୁଦ୍ର,
କାହିଁକି ନା ଏ ଅଟେ ଅସତ୍ୟ ସହର।

ଯାଜପୁର

Leave A Reply

Your email address will not be published.