Latest Odisha News

BREAKING NEWS

ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ

ଭୁବନେଶ୍ୱର: ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ନଜର ଆସିବେ । ‘ଆଇପିଏସ୍ ଦୁର୍ଗା’ ଫିଲ୍ମରେ ସେ ଆଇପିଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଜଣେ ନିର୍ଭୀକ ମହିଳା ପୋଲିସ ଅଫିସର । ତାଙ୍କୁ ଦେଖି ସହରରେ ପଡ଼ିଯାଏ କୋକୁଆ ଭୟ । କିନ୍ତୁ ଅପରାଧୀଙ୍କୁ ଦମନ କରିବାକୁ ଆସିଥିବା ଜଣେ ସଚ୍ଚୋଟ ମହିଳା ଅଫିସରକୁ ଦେବାକୁ ପଡେ ବହୁମୂଲ୍ୟ । ତଥାପି ପଥଭ୍ରଷ୍ଟ ହୋଇନାହାନ୍ତି ଆଇପିଏସ୍ ଦୁର୍ଗା । ଏହାକୁ ନେଇ କାହାଣୀରେ ରୂପାନ୍ତରିତ ହୋଇଛି, ଯାହା ଫିଲ୍ମରେ ଦେଖିବାକୁ ମିଳିବ । ଏଥିରେ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ । ଫିଲ୍ମର କାହାଣୀକୁ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା । ଏହି ଫିଲ୍ମ ଦର୍ଶକଙ୍କ ଦ୍ୱାରା ନିଶ୍ଚୟ ଆଦୃତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ନିକଟରେ ଏହି ଫିଲ୍ମର ଅଡ଼ିଓ ଲୋକାର୍ପିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫିଲ୍ମର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦ୍ଦେଶକ ରାଜା ଡି., ଲେଖକ ଭାରଦ୍ୱାଜ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କ ସମେତ ଜୀ-ସାର୍ଥକର ଚିଫ୍ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.