Latest Odisha News

ନୂଆ ଲୁକ୍‌ରେ ପୁଣି ଆସିଲେ ଉର୍ଫି: ହଟ୍ ଡ଼୍ରେସରେ ଅଜବ ଷ୍ଟାଇଲ

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ୍ ସୋସିଆଲ ମିଡିଆ ସେନ୍‌ସ୍‌ସ ପାଲଟିଛନ୍ତି । ସେ ନିଜର ଅଜବ ପୋଷାକ ବା ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଏଭଳି ଭିନ୍ନ ଭିନ୍ନ ପୋଷାକ ଦେଖି ଲୋକେ ଚକିତ ହୋଇଯାଆନ୍ତି । ଏବେ ତାଙ୍କୁ ପୁଣି ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।

ଉର୍ଫି ଏପରି ପୋଷାକ ପିନ୍ଧିଥିଲେ ଯେଉଁଥିରେ ତାଙ୍କ ଚେହେରା ଦୃଶ୍ୟମାନ ହେଉ ନ ଥିଲା । ଉର୍ଫି ଏକ ଧଳା ରଙ୍ଗର ପ୍ୟାଣ୍ଟ ସହ ଉପରେ ବି ଧଳା ରଙ୍ଗର ଟପ୍ ପିନ୍ଧିଥିଲେ । ଏହି ଡ଼୍ରେସରେ ସେ ହଟ ଦେଖାଯାଉଥିଲେ । ଏହା ସହିତ ମୁଣ୍ଡରେ ନୀଳ ରଙ୍ଗର ବେଣୀରେ ଓଡ଼ଣୀ ଆକୃତିର ଷ୍ଟାଇଲ କରିଥିଲେ ଯେଉଁଥିରେ ତାଙ୍କ ମୁହଁ ଦେଖାଯାଉ ନ ଥିଲା ।

ଉର୍ଫିଙ୍କ ଏପରି ହଟ୍ ଡ଼୍ରେସ ସହିତ ଓଡ଼ଣୀ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ତାଙ୍କର ନୂଆ ଗୀତର ଲଞ୍ଚିଂ କାର୍ଯ୍ୟକ୍ରମକୁ ଏପରି ଡ଼୍ରେସ ପିନ୍ଧି ଆସିଥିଲେ,ଯେଉଁଥିରେ ତାଙ୍କ ଚେହେରା ଦେଖିବାକୁ ମିଳୁ ନ ଥିଲା ।

Comments are closed.