Latest Odisha News

BREAKING NEWS

ରୁଙ୍ଗଟା ମାଇନ୍ସ ପକ୍ଷରୁ ଚାଇବସା ପୋଲିସ ବିଭାଗକୁ ପୋଲିସ ଅଧିକାରୀଙ୍କ ଗେଷ୍ଟ ହାଉସ୍ ପ୍ରଦାନ

ରାଞ୍ଚି: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରିବାର ଉଦ୍ୟମ ସ୍ୱରୂପ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ କଂପାନି ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍‌ଏମଏଲ୍‌) ପକ୍ଷରୁ ସମାଜକୁ ଫେରସ୍ତ କରିବାର ପଦକ୍ଷେପ ଭାବେ ଏକ ପୋଲିସ ଅଧିକାରୀଙ୍କ ଗେଷ୍ଟ ହାଉସ୍ ଦାନ କରାଯାଇଛି । ସିଏସ୍‌ଆର୍ ନୀତିର ଅଂଶ ଭାବେ, ଲୋକମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ଆଇନ୍ ପ୍ରବର୍ତ୍ତନ ଏଜେନ୍ସିର ଆବଶ୍ୟକତାକୁ କଂପାନି ଚିହ୍ନଟ କରିପାରିଥିଲା ।

ଝାଡ଼ଖଣ୍ଡର ଚାଇବସା ସ୍ଥିତ ଏହି ଗେଷ୍ଟ ହାଉସ୍‌କୁ ଏକ ସମାରୋହ ଅବସରରେ ଚାଇବସା ପୋଲିସ ବିଭାଗକୁ ହସ୍ତାନ୍ତର କରାଯାଇଛି । ଅଫିସିଆଲ୍ କାମରେ କିମ୍ବା ତାଲିମ୍ ପାଇଁ ଚାଇବସା ଆସୁଥିବା ପୋଲିସ ଅଧିକାରୀଙ୍କୁ ଆରାମଦାୟକ ରହଣୀ ସୁବିଧା ପ୍ରଦାନ କରିବାରେ ଏହି ଗେଷ୍ଟହାଉସ୍ କାମ କରିବ ।

ଏହି ଅବସରରେ କଂପାନିର ବରିଷ୍ଠ ମହାପ୍ରବନ୍ଧକ ଓ ବିକ୍ରି ତଥା ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି) ଅରବିନ୍ଦ କୁମାର କହିଛନ୍ତି ଯେ, “ଚାଇବସା ପୋଲିସ ସହିତ ସହଯୋଗିତାକୁ ନେଇ ଆମେ ଗର୍ବିତ ଏବଂ ସହରକୁ ସୁରକ୍ଷିତ ରଖିବା ଲାଗି ସେମାନଙ୍କ ଉଦ୍ୟମ ପ୍ରତି ସହଯୋଗ ପ୍ରଦାନ କରିବା ଲାଗି ସୁଯୋଗ ପାଇବା ଆମ ପାଇଁ ସମ୍ମାନର ବିଷୟ । ସମାଜରେ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ଉପରେ ଆମ ସିଏସ୍‌ଆର୍ ନୀତି କେନ୍ଦ୍ରୀତ ଏବଂ ଆମର ବିଶ୍ୱାସ ରହିଛି ଯେ ସଠିକ୍ ଦିଗରେ ଏହା ହେଉଛି ଏକ ଛୋଟ ପଦକ୍ଷେପ ।’’

ପୋଲିସ ଲାଇନ୍ କ୍ୟାମ୍ପସ୍‌ରେ ୫ କୋଠରି ବିଶିଷ୍ଟ ଏହି ଗେଷ୍ଟ ହାଉସ୍ ନିର୍ମାଣ କରାଯାଇଛି ଏବଂ ସେଥିରେ ସଂଲଗ୍ନ ୱାସରୁମ୍ ଓ ରୋଷେଇ ଘର ଭଳି ସମସ୍ତ ଆବଶ୍ୟକ ସୁବିଧା ସୁଯୋଗ ରହିଛି । ଚାଇବସା ପୋଲିସ ବିଭାଗ ପକ୍ଷରୁ ଏହାର ପରିଚାଳନା କରାଯିବ ଏବଂ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀମାନଙ୍କ ଲାଗି ତାହା ଉପଲବ୍ଧ ରହିବ ।

ରୁଙ୍ଗଟା ମାଇନ୍ସର ସିଏସ୍‌ଆର୍ ନୀତି ନିରନ୍ତରତା, ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜିକ ଦାୟିତ୍ୱବୋଧ ଦ୍ୱାରା ପ୍ରେରିତ । ସ୍ୱାସ୍ଥ୍ୟ ସେବା ସୁବିଧା, ନିରନ୍ତରତା ଅଭିଯାନ, ଶିକ୍ଷାନୁଷ୍ଠାନ ନିର୍ମାଣ ଏବଂ ସ୍ଥାନୀୟ ସମାଜକୁ ସହାୟତା ଭଳି ଅନେକ ପଦକ୍ଷେପ କଂପାନି ଗ୍ରହଣ କରିଛି ଯାହା ଚାଇବସାର ବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିପାରିଛି ।

Leave A Reply

Your email address will not be published.