Latest Odisha News

BREAKING NEWS

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତି

କଟକ: ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେଉଛି । ଆଜି ଉଭୟ ବର୍ଷା ଓ ଅନୁଭବଙ୍କୁ ହାଜର ହେବା ପାଇଁ ପରିବାର କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିବାହ ବିଚ୍ଛେଦ ମାମଲା ରୁଜୁ ହୋଇଥିଲା । ସେହିପରି ବର୍ଷା କଟକ ଏସଡିଜେଏମ୍ ଓ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ବିରୋଧରେ ରୁଜୁ କରିଥିଲେ ଦୁଇଟି ମାମଲା । ସେହିପରି ଅନୁଭବ କରିଥିବା ଛାତ୍ରପତ୍ର ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଗତ ମାର୍ଚ୍ଚ ୪ ତାରିଖରେ ମାମଲାକୁ କଟକ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଛାତ୍ରପତ୍ର ମାମଲାର ଶୀଘ୍ର ଶୁଣାଣି ସହ ଉଭୟ ବର୍ଷା ଓ ଅନୁଭବଙ୍କୁ କଟକ ପରିବାର ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୧୫ଦିନ ଭିତରେ ମାମଲାକୁ ବିଚାର ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ରହିଥିଲା । ଆଜିଠାରୁ କଟକ ପରିବାର ଅଦାଲକ ଏହି ଷ୍ଟାର ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରିବେ ।

Leave A Reply

Your email address will not be published.