Latest Odisha News

BREAKING NEWS

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି।

ବିଏମସି ସୂଚନା ଅନୁଯାୟୀ, କରୋନା ମାମଲା ବଢୁଥିବା ଯୋଗୁଁ ତିନୋଟି ଜୋନର ଡେପୁଟି କମିଶନରଙ୍କୁ ନିଜ ନିଜ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦୦ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୨୩୬।

Leave A Reply

Your email address will not be published.