Latest Odisha News

ହିଣ୍ଡେନବର୍ଗ ଝଟକା; ୧୭% ଖସିଲା ଆଦାନୀ ସେୟାର

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ ଆଦାନୀ ସେୟାର ଉପରେ ପଡ଼ିଛି। ସୋମବାର ଆଦାନୀ ଗ୍ରୁପ୍ କୁ ଝଟକା ଲାଗିଛି।

ଆରମ୍ଭରୁ ଆଦାନୀ ଗ୍ରୁପର ସେୟାର ୧୭ ପ୍ରତିଶତ ପର୍ୟ୍ୟନ୍ତ କ୍ଷତିରେ କାରବାର କରୁଛି । ସେନସେକ୍ସରେ ଆଦାନୀ ଟୋଟାଲ ଗ୍ୟାସ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ଆଦାନୀ ପାୱାର ୧୦.୯୪% ହ୍ରାସ ପାଇଛି।  ଆଦାନୀ ଏଣ୍ଟରପ୍ରାଇଜେସ୍ ୫.୨୭%, ଆଦାନୀ ୱିଲମାରର ସେୟାର ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି ପ୍ରାୟ ୬.୯୬ ପ୍ରତିଶତ ହ୍ରାସ ପାଇଛି।

ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନି ଗ୍ରୁପ୍ ପକ୍ଷରୁ ସଫେଇ ଦିଆ ଯାଇଥିଲେ ମଧ୍ୟ ଆଜି ଏହାର ସେୟାର ବଜାର ପ୍ରଭାବିତ ହୋଇଛି।

 

Comments are closed.