Latest Odisha News

BREAKING NEWS

ଗୌତମ ଆଦାନୀଙ୍କ ଉପରେ ଠକେଇ ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟଙ୍କ ଉପରେ ବଡ଼ ଠକେଇ ଏବଂ ଲାଞ୍ଚ ଅଭିଯୋଗ ଲଗାଇଛି ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ (ସିଇସି)।

ସିଇସିଙ୍କ ଅନୁଯାୟୀ, ଗୌତମ ଅଦାନୀ ଆମେରିକୀୟ ନିବେଶକଙ୍କୁ ଠକିଛନ୍ତି। ଏହା ଉପରେ ଆମେରିକାର କୋର୍ଟରେ ଶୁଣାଣି ପରେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ ଜାରି କରାଯାଇଛି।

ତେବେ ଏକ କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି ଯେଉଁ କଣ୍ଟ୍ରାକ୍ଟରେ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରର ଲାଭ ହୋଇପାରିଥାନ୍ତା। କେବଳ ଏତିକି ନୁହେଁ ଭାରତର ବୃହତ୍ତମ ସୋଲାର ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ଭାରତୀୟ ସରକାରୀ କର୍ମଚାରୀଙ୍କୁ ପ୍ରାୟ ୨୬୫ ନିୟୁତ ଡଲାର ଲାଞ୍ଚ ପ୍ରଦାନ କରିଥିବା ମଧ୍ଯ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍ ଆମେରିକାରେ ୬୦୦ ମିଲିୟନର ବଣ୍ଡକୁ ବାତିଲ ମଧ୍ଯ କରିଦେଇଛି।

ସିଇସି ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଏମାନେ ଫେଡେରାଲ ସିକ୍ୟୁରିଟିଜ ଆଇନର ଉଲ୍ଲଘଂନ ମଧ୍ଯ କରିଛନ୍ତି। ନ୍ୟୁୟର୍କର ପୂର୍ବ ଜିଲ୍ଲା ଆଟର୍ଣ୍ଣି ଅଫିସ ପକ୍ଷରୁ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ୍ ସହିତ ଜଡିତ ଅନ୍ୟ ଲୋକଙ୍କ ବିରୋଧରେ ମଧ୍ଯ ଅପରାଧିକ ମାମଲା ଦାୟର କରାଯାଇଛି।

Comments are closed.