Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଲେ ଅତିରିକ୍ତ ପ୍ରାଣୀ ଚିକିତ୍ସକ

ପୁରୀ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ପିପିଲିର ଅତିରିକ୍ତ ସହାୟକ ପ୍ରାଣୀ ଚିକିତ୍ସିକ ଶୁଭ୍ରାଂଶୁ ସାହୁ ।

ପ୍ରାପ୍ତ ସୂଚନାନୁଯାୟୀ, ୭୦ ହଜାର ଟଙ୍କାର ଏକ ବିଲ୍ ପାସ୍ କରାଇ ଦେବା ଲାଗି ଶ୍ରୀ ସାହୁ ପୁରୀ ଜିଲ୍ଲା ମଙ୍ଗଳପୁରର ମାଟିଆପଡା ଗ୍ରାମର ସନାତନ ବେହେରାଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କ ଅଭିଯୋଗକୁ ଆଧାର କରି ଭୁବନେଶ୍ୱର ଡିଭିଜନ୍ ଭିଜିଲାନ୍ସ କର୍ମଚାରୀ ଯୋଜନା ପ୍ରସ୍ତୁତ କରିଥିଲେ । ପରେ ଶ୍ରୀ ସାହୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ଅଧିକ ପଢନ୍ତୁ- ଭିଜିଲାନ୍ସ ଜାଲରେ ଫସିଲେ ଚିଲିକା ଡିଏଫଓ

Leave A Reply

Your email address will not be published.