Latest Odisha News

BREAKING NEWS

ଆଇପିଏଲ ଟାଇଟଲ ସ୍ପନଶର ଦୌଡରେ ସାମିଲ ହେଲା ପତଞ୍ଜଳୀ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ୍ ଟାଇଟଲ ସ୍ପନଶର ଦୌଡରେ ସାମିଲ ହୋଇଛନ୍ତି । ଭିଭୋ ହଟିବା ପରେ ଏହି ସ୍ଲଟ ଏବେ ଖାଲି ପଡିଛି । ପତଞ୍ଜଳୀ ଏଥିନେଇ ବିଡ ଦାଖଲ କରିଥିବା ଜଣାପଡିଛି । କମ୍ପାନୀର ମୁଖପାତ୍ର ଏସକେ ତିବରୱାଲ କହିଛନ୍ତି, ପତଞ୍ଜଳୀ ବ୍ରାଣ୍ଡକୁ ଗ୍ଲୋବାଲ ମାର୍କେଟିଂ ପ୍ଲାଟଫର୍ମ ଦେବାକୁ ଆମେ ଚାହୁଁଛୁ ।

ଆଇପିଏଲ ନିଶ୍ଚିତ ଭାବେ ଏହାର ଏକ ମାଧ୍ୟମ ହେବ ବୋଲି ଆମେ ଆଶା କରୁଛୁ । ରିପୋର୍ଟ ମୁତାବକ ବିସିସିଆଇ ମଧ୍ୟ ଏକ ସ୍ୱଦେଶୀ କମ୍ପାନୀକୁ ଟାଇଟଲ ସ୍ପନଶର କରାଇବା ନେଇ ଆଗ୍ରହୀ ଅଛି । ଭିଭୋ ସହ ବିସିସିଆଇ ୪୪୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଭାରତ-ଚୀନ ବିବାଦ ପରେ ବିସିସିଆଇ ପ୍ରଶଂସକଙ୍କ ଚାପରେ ଏହାକୁ ହଟେଇବାକୁ ବାଧ୍ୟ ହୋଇଛି ।

Leave A Reply

Your email address will not be published.