Latest Odisha News

BREAKING NEWS

ସେପ୍ଟେମ୍ବର ୩୦ରୁ ପିଜି ଏକକ ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ପିଜିରେ ନାମ ଲେଖା ପାଇଁ ଏକକ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଅଗଷ୍ଟ ୧୨ରୁ www.samsodisha.gov.in ୱେବସାଇଟରେ କମନ ଆପ୍ଲିକେସନ୍ ଫର୍ମ ଉପଲବ୍ଧଧ ହେବ ।

ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ଯାଏଁ ରହିବ ବୋଲି ସୂଚନା ମିଳିଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୦ରୁ ହଲ ଟିକେଟ ଉପଲବ୍ଧ ହେବ । ଏହାପରେ ଅକ୍ଟୋବର ୨୫ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟାକୁ ଶେଷ କରାଯିବ । ଡିସେମ୍ବର ୧ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.