ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ : ଏଡିଜି ଆର.ପି କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ, ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡିକୁ ବଦଳି
ଭୁବନେଶ୍ୱର : ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ଆର. ପି କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛିାଲଳିତ ଦାସ ଗୃହ ବିଭାଗର ଓଏସିଡି ଭାବେ ବଦଳି ହୋଇଛନ୍ତି ।ତାଙ୍କ ଜାଗାରେ ଆର ପି କୋଚେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି । ସ୍ପେଶାଲ ଆର୍ମିଡ ଫୋର୍ସ ଓ ଏଡିଜି ସହ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ ଆର ପି କୋଚେ ।
Comments are closed.