କଟକ: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇ ପାରିଲାନି କ୍ରାଇମବ୍ରାଂଚ । ଏହି ମାମଲାରେ ହାଇକୋର୍ଟ କ୍ରାଇମବ୍ରାଂଚ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।୧୧ ତାରିଖ ସୁଦ୍ଧା ଅପ୍ଡେଟ୍ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର। ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍ପେନ୍ସ ଜାରି ରହିଛି।
Comments are closed.