Latest Odisha News

BREAKING NEWS

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

ପୁରୀ: ଚଳିତ ବର୍ଷ ଡିସେମ୍ବର ପହିଲାରୁ ପୁଣି ଥରେ ରାମଚଣ୍ଡୀ କୁଶଭଦ୍ରା ମୁହାଣରେ ନିକଟରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କରୋନା କଟକଣା ସତ୍ତ୍ୱେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ ।

ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି ।

ଗତବର୍ଷ ଆୟୋଜିତ ହୋଇଥିବା ଏହି ଉତ୍ସବ ବେଶ୍‌ ସଫଳ ହୋଇଥିଲା। ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯିବ । ଡିସେମ୍ବର ୧ରୁ  ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍ ଆୟୋଜିତ ହେବ । ୩ ମାସ ଧରି ପର୍ଯ୍ୟଟକମାନେ ୫୦ଟି କଟେଜରେ ରହିବା ସହ ରାମଚଣ୍ଡୀର ସ୍ୱର୍ଣ୍ଣାଭ ବେଳାଭୂମି, କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଓ ଆଖପାଖ ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ ।

Leave A Reply

Your email address will not be published.