Latest Odisha News

BREAKING NEWS

ରେଜଲ୍ଟ ପୂର୍ବରୁ ନିଜକୁ ବିଜୟ ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଡୋନାଲ୍ଟ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବେ ନା ଜୋ ବାଇଡେନ୍ କ୍ଷମତା ଦାଖଲ କରିବେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫାଇନାଲ ରେଜଲ୍ଟ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜକୁ ବିଜୟ ଘୋଷଣା କରିଛନ୍ତି । ଭୋଟ ଗଣତି ବନ୍ଦ କରିବାକୁ ସେ କହିଛନ୍ତି ।

ଏଥିସହ ସେ ଜୋ ବାଇଡେନ୍‌ଙ୍କ ଦଳ ଭୋଟ ଗଣତିରେ ହେରଫେର କରୁଥିବା ଅଭିଯୋଗ ଆଣିଛନ୍ତି । ଯଦି ଭୋଟ ଗଣତିରେ ହେରଫେର ହୋଇଥାଏ ତେବେ ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ଧମକ ଦେଇଛନ୍ତି ।

ଆମେ ବିଜୟୀ ହେବାକୁ ଯାଉଛୁ। କହିବାକୁ ଗଲେ ଆମେ ଜିତି ସାରିଛୁ। ରିପବ୍ଲିକାନ୍ସମାନେ ଗୋଟିଏ ବିରାଟ ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ତେବେ ତତ୍‌କ୍ଷଣାତ କିଛି ଅଘଟଣ ଘଟିଛି। ଆମେ ଏକାଧିକ ରାଜ୍ୟରେ ବିଜୟୀ ହୋଇ ଚାଲିଥିଲୁ। ଏହା ଘୋଷଣା ହେବାର ଥିଲା। କିନ୍ତୁ ହଠାତ୍‌ ସେଠାରେ ହେରଫେର ହୋଇଗଲା।

ଆମେରିକାବାସୀଙ୍କ ସହ ଧୋକ୍କା ହେଲା। ତେବେ ଆମେ ଏସବୁ ହେବାକୁ ଦେବୁନି। ଆମେ ଏହା ବିରୋଧରେ କୋର୍ଟକୁ ଯିବୁ। ସବୁ ଭୋଟ କାଉଣ୍ଟିଂ ବନ୍ଦ କରିଦେବୁ। ନୂଆ ବାଲଟ ରାତି ୪ଟାରେ ସେମାନଙ୍କ ସଂଖ୍ୟାକୁ ବୃଦ୍ଧି କରିବାକୁ ଆସିଯିବ। ଏହା କେବଳ ଏକ ଲଜ୍ଜାଜନକ ଘଟଣା ।ଆମେ ନିଶ୍ଚିତ ବିଜୟୀ ହେବୁ। ଏକାଧିକ ରାଜ୍ୟରେ ଆମେ ଯଥେଷ୍ଟ ଆଗରେ ରହିଛୁ। ବୋଲି ହ୍ୱାଇଟ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବାଇଡେନ ୨୩୮ ଭୋଟ ପାଇ ଆଗରେ ଥିଲା ବେଳେ ଟ୍ରମ୍ପ ୨୧୩ ଖଣ୍ଡ ଭୋଟ ପାଇଛନ୍ତି।

Leave A Reply

Your email address will not be published.