Latest Odisha News

BREAKING NEWS

ଖୋଲୁଛି ଆଦିତ୍ୟଙ୍କ ମୃତ୍ୟୁ ମିଷ୍ଟ୍ରି: ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କଲା ଜିଆରପି

ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ପିପୁଲ ଫର ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ । ଦିନକୁ ଦିନ ସମ୍ନାକୁ ଆସୁଛି ନୂଆ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ଏକ ହତ୍ୟା କି ଆତ୍ମହତ୍ୟା ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଏନେଇ ହତ୍ୟା ମାମଲା ରୁଜୁ କରିଛି ଜିଆରପି ।ଆଦିତ୍ୟ ପ୍ରତିଷ୍ଠା କରିଥିବା ପିପୁଲ ଫର ସେବାର କର୍ମକର୍ତ୍ତାଙ୍କ ଏତଲା ଆଧାରରେ ଜିଆରପି ଏହି ମାମଲା ରୁଜୁ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସକାଳେ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ରକ୍ତାକ୍ତ ଅବସ୍ଥାରେ ଆଦିତ୍ୟଙ୍କ ମୃତଦେହ । ଏହାପରେ ତାଙ୍କ ମୃତ୍ୟୁ ନେଇ ଆରମ୍ଭ ହେଲା ବିଭିନ୍ନ ପ୍ରକାରର ବିଶ୍ଳେଷଣ । କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କେହି ହତ୍ୟା ବୋଲି କହୁଥିଲେ। ତେବେ ବୁଧବାର ଦିନ ତାଙ୍କ ସୁଇସାଇଡ୍ ନୋଟ୍ ଲୋକ ଲୋଚନକୁ ଆସିବା ପରେ ଘଟଣାଟିକୁ ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଆତ୍ମହତ୍ୟା ବୋଲି କୁହାଯାଇଥିଲା । ମାତ୍ର ଆଜି ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଅନ୍ୟକିଛି କହୁଛି । ଏହି ରିପୋର୍ଟ ଆଧାରରେ ଜିଆରପି ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି।

Comments are closed.