Latest Odisha News

BREAKING NEWS

ଦେବାଳିଆ କଥାକୁ ଖଣ୍ଡନ କଲେ ଆଦିତ୍ୟ; ଦେଲେ ଏହି ସ୍ପଷ୍ଟୀକରଣ

ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ଆଦିତ୍ୟ ନାରାୟଣ ପଇସା ଅଭାବରୁ ଦେବାଳିଆ ହୋଇଯାଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆଦିତ୍ୟ।

ଟେଲି ଚକରକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ଏହି ଖବରକୁ ଖଣ୍ଡନ କରିଛନ୍ତି। ଏହି ସାକ୍ଷାତକାର ଦେଢ ମାସ ପୂର୍ବରୁ ହୋଇଥିଲା ଏବଂ ସେ କହିଥିଲେ ଯେ ମୁଁ ଲକଡାଉନ୍ ପୂର୍ବରୁ ଏକ ନୂତନ ଆପାର୍ଟମେଣ୍ଟ କିଣିଥିଲି ହେଲେ ଜଣେ ସେଲିବ୍ରିଟି ହୋଇଥିଲେ ମଧ୍ୟ ମୋତେ ଇଏମଆଇ ବିଷୟରେ ଚିନ୍ତା କରିବାକୁ ପଡିବ। ତାମାନେ ଏହା ନୁହେଁ ଯେ ମୁଁ ଦେବାଳିଆ ହୋଇଯାଇଛି ଏବଂ ମୋ ପାଖରେ ଖର୍ଚ୍ଚ କରିବାକୁ ଅର୍ଥ ନାହିଁ। ଦୁଇ ଦଶନ୍ଧିରୁ ଅଧିକ ସମୟ କାମ କରିବା ପରେ ମୁଁ କିପରି ଦେବାଳିଆ ହୋଇପାରେ?

ଅଧିକ ପଢନ୍ତୁ- ଆଗାମୀ ଦିନରେ ବିକିବାକୁ ପଡିପାରେ ବାଇକ୍‌; କାହିଁକି ଏମିତି କହିଲେ ଆଦିତ୍ୟ

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ତାଙ୍କ ଆକାଉଣ୍ଟରେ ଏବେ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ସେ କହିଛନ୍ତି । ଏମିତିକି ସେ କେବେ ଭାବିନଥିଲେ ଯେ ବର୍ଷ ଯାକ କୌଣସି ରୋଜଗାର ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆଗାମୀ ଦିନରେ ଏଭଳି ପରିସ୍ଥିତି ରହେ, ତାହେଲେ ତାଙ୍କୁ ବାଧ୍ୟ ହୋଇ ନିଜର ବ୍ୟକ୍ତିଗତ ସାମାନ କିମ୍ବା ବାଇକ୍ ବିକ୍ରି କରିବାକୁ ପଡିବ ।

Leave A Reply

Your email address will not be published.