Latest Odisha News

BREAKING NEWS

ଆଗାମୀ ଦିନରେ ବିକିବାକୁ ପଡିପାରେ ବାଇକ୍‌; କାହିଁକି ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ନିକଟରେ ଆଦିତ୍ୟ ନାରାୟଣଙ୍କ ବାହାଘର ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସମୟରେ ଆଦିତ୍ୟ କହିଛନ୍ତି ଯେ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଛି ।

ତାଙ୍କ ଆକାଉଣ୍ଟରେ ଏବେ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ସେ କହିଛନ୍ତି । ଏମିତିକି ସେ କେବେ ଭାବିନଥିଲେ ଯେ ବର୍ଷ ଯାକ କୌଣସି ରୋଜଗାର ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆଗାମୀ ଦିନରେ ଏଭଳି ପରିସ୍ଥିତି ରହେ, ତାହେଲେ ତାଙ୍କୁ ବାଧ୍ୟ ହୋଇ ନିଜର ବ୍ୟକ୍ତିଗତ ସାମାନ କିମ୍ବା ବାଇକ୍ ବିକ୍ରି କରିବାକୁ ପଡିବ ।

ଆଦିତ୍ୟ ନିଜର ଆର୍ଥୀକ ପରିସ୍ଥିତ ସମ୍ପର୍କରେ ଏକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଲକଡାଉନରେ ଅନ୍ୟମାନେ ଯେମିତି ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେମିତି ମୋର ଅବସ୍ଥା ମଧ୍ୟ ଥିଲା ।

Leave A Reply

Your email address will not be published.