Latest Odisha News

BREAKING NEWS

ପୁଣି ବାଜି ମାରିଲା ଏୟାରଟେଲ୍‌; ଉତ୍କୃଷ୍ଟ ସେବା ପ୍ରଦାନ କରିବାରେ ସବୁଠୁ ଆଗରେ ଏୟାରଟେଲ୍‌

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ପୁଣି ଥରେ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଇଣ୍ଟରନେଟ୍ ସେବା ଯୋଗାଇବାରେ ସଫଳ ହୋଇଛି। ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ସହ ଜଡିତ ଚାରୋଟି ପ୍ରମୁଖ ବର୍ଗରେ ଥିବା ଟେଲିକମ୍ ଅପରେଟରମାନଙ୍କ ଅପେକ୍ଷା ଏୟାରଟେଲ୍ ଅଧିକ ପଏଣ୍ଟ ହାସଲ କରିଛି – ଭିଡିଓ, ଗେମ୍‌ ଏକ୍ସପିରିଏନ୍ସ, ଡାଉନଲୋଡ୍ ସ୍ପିଡ୍ ଏବଂ ଭଏସ୍ କଲ୍ ଭଳି ସେବା ଯୋଗାଇବାରେ ବାଜି ମାରିଛି ଏୟାର୍‌ଟେଲ୍‌।

ଲଣ୍ଡନ ସ୍ଥିତ ନେଟୱାର୍କ ଆନାଲିଟିକ୍ସ ଫାର୍ମ ଓପନ୍ ସିଗନାଲ୍ ୯୦ ଦିନ ଧରି ଭାରତର ସମସ୍ତ ଟେଲିକମ୍ କମ୍ପାନୀର ସେବାକୁ ଟ୍ରାକିଂ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଓପନ୍ ସିଗନାଲ୍ ୧ ମଇ ୨୦୨୦ ରୁ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା।

କୋଭିଡ -୧୯ ସମୟରେ ମଧ୍ୟ ଏୟାରଟେଲ ତାର ଉପଭୋକ୍ତାମାନଙ୍କୁ ଉତ୍କୃଷ୍ଟ ନେଟୱାର୍କ ସେବା ଯୋଗାଇବାରେ ସଫଳ ହୋଇଥୁବାରୁ ଚତୁର୍ଥ ଥର ପାଇଁ ‘ଭିଡିଓ ଏକ୍ସପିରିଏନ୍ସ’ ପୁରସ୍କାର ହାସଲ କରିଛି।

ଏୟାରଟେଲ ୧୦୦ ରୁ ୫୭.୩୬ ପଏଣ୍ଟ ପାଇଥିବାବେଳେ ୫୫ ରୁ ଅଧିକ ପଏଣ୍ଟ ବହୁତ ଭଲ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, ଭଲ ଭିଡିଓ ଏକ୍ସପିରିଏନ୍ସ ପ୍ରଦାନ କ୍ଷେତ୍ରରେ, ଏୟାରଟେଲ ଅନ୍ୟ କମ୍ପାନୀ ତୁଳନାରେ ୨.୪ ରୁ ୩.୪ ପଏଣ୍ଟ ଆଗରେ ରହିଛି।

Leave A Reply

Your email address will not be published.