Latest Odisha News

BREAKING NEWS

ଯାଜପୁରରେ ହୋଟେଲକୁ ସିଲ୍ କଲା ପ୍ରଶାସନ

Administration seals hotel in Jajpur

ଯାଜପୁରରେ ଉତ୍କଟ ରୂପ ଧାରଣ କରିଛି ଡାଇରିଆ । ଏକାବେଳେ ୧୧ ଜଣ ରୋଗୀ ପଜିଟିଭ ବାହାରିବା ଚିନ୍ତା ବଢିଯାଇଛି । ସ୍ଥିତି ଅଣାୟତ ଥିବା ବେଳେ ଏବେ ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା । ପ୍ରତିଦିନ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଚିନ୍ତା ବଢିଛି । ଜିଲ୍ଲାରେ ୨୧ଜଣଙ୍କ ନମୂନା ମଧ୍ୟରୁ ୧୧ଟିରେ ପଜିଟିଭ ଚିହ୍ନଟ ହୋଇଛି । ଯାଜପୁର ପୌରପାଳିକା ପକ୍ଷରୁ ଏବେ ବିଭିନ୍ନ ହୋଟେଲରେ ଚଢାଉ ହୋଇଛି । ମେଡିକାଲ ପାଖରେ ଥିବା ଲୁଟିକା ହୋଟେଲକୁ ପ୍ରଶାସନ ସିଲ କରିଛି । ସେହି ହୋଟେଲରେ ବାସୀ ଖାଦ୍ୟ ଚିହ୍ନଟ ହେବା ପରେ ଆକ୍ସନ ନିଆଯାଇଛି । ଚଢାଉ ବେଳେ ସେହି ଟିମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ନିରୀକ୍ଷକ, ଖାଦ୍ୟ ନିରାପତା ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । ହୋଟେଲରେ ରୋଷେଇ ହୋଇଥିବା ରନ୍ଧା ଚିକେନ, ମଟନ ଓ ମାଛ ବାସୀ ଖାଦ୍ୟ ଚିହ୍ନଟ ପରେ ସେଗୁଡିକୁ ଜବତ କରାଯାଇ ବିଭିନ୍ନ ସ୍ଥାନରେ ପୋତା ଯାଇଛି । ସୂଚନା ଅନୁସାରେ ଏହି ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସୁଥିଲା । ଆଉ ଅଭିଯୋଗ ପରେ ଚଢାଉ କରାଯାଇ ହୋଟେଲକୁ ସିଲ୍ କରାଯାଇଛି ।

Comments are closed.