ଯାଜପୁରରେ ଉତ୍କଟ ରୂପ ଧାରଣ କରିଛି ଡାଇରିଆ । ଏକାବେଳେ ୧୧ ଜଣ ରୋଗୀ ପଜିଟିଭ ବାହାରିବା ଚିନ୍ତା ବଢିଯାଇଛି । ସ୍ଥିତି ଅଣାୟତ ଥିବା ବେଳେ ଏବେ ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା । ପ୍ରତିଦିନ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଚିନ୍ତା ବଢିଛି । ଜିଲ୍ଲାରେ ୨୧ଜଣଙ୍କ ନମୂନା ମଧ୍ୟରୁ ୧୧ଟିରେ ପଜିଟିଭ ଚିହ୍ନଟ ହୋଇଛି । ଯାଜପୁର ପୌରପାଳିକା ପକ୍ଷରୁ ଏବେ ବିଭିନ୍ନ ହୋଟେଲରେ ଚଢାଉ ହୋଇଛି । ମେଡିକାଲ ପାଖରେ ଥିବା ଲୁଟିକା ହୋଟେଲକୁ ପ୍ରଶାସନ ସିଲ କରିଛି । ସେହି ହୋଟେଲରେ ବାସୀ ଖାଦ୍ୟ ଚିହ୍ନଟ ହେବା ପରେ ଆକ୍ସନ ନିଆଯାଇଛି । ଚଢାଉ ବେଳେ ସେହି ଟିମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ନିରୀକ୍ଷକ, ଖାଦ୍ୟ ନିରାପତା ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । ହୋଟେଲରେ ରୋଷେଇ ହୋଇଥିବା ରନ୍ଧା ଚିକେନ, ମଟନ ଓ ମାଛ ବାସୀ ଖାଦ୍ୟ ଚିହ୍ନଟ ପରେ ସେଗୁଡିକୁ ଜବତ କରାଯାଇ ବିଭିନ୍ନ ସ୍ଥାନରେ ପୋତା ଯାଇଛି । ସୂଚନା ଅନୁସାରେ ଏହି ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସୁଥିଲା । ଆଉ ଅଭିଯୋଗ ପରେ ଚଢାଉ କରାଯାଇ ହୋଟେଲକୁ ସିଲ୍ କରାଯାଇଛି ।
BREAKING NEWS
- ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସପାକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୩ ବିଦ୍ରୋହୀ ବିଧାୟକ
- କଟକଣା ସତ୍ତ୍ୱେ ଜନ୍ତର-ମନ୍ତରରେ ପ୍ରବେଶ ଉଦ୍ୟମ; ଗିରଫ ହେଲେ CJPର ୩ ନେତା
- ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର
- ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଓଲଟିଲା ଡଙ୍ଗା: ଚାଲିଗଲା ୧୪ ଜୀବନ
- ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ
- ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର
- ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ପାଇବେ ମାଗଣା ବହି
- ସାଉଦି ତୈଳ ସଂସ୍ଥା ଉପରେ ମିଶାଇଲ ଆଟାକ୍: ଜଳିଗଲା ‘ଆରାମକୋ’ର ମୁଖ୍ୟ କାର୍ଯ୍ୟାଳୟ, ବିଶ୍ୱ ବଜାରରେ ବଢ଼ିପାରେ ତେଲ ଦର!
- ୧୦ ସେକେଣ୍ଡର ଭିଡିଓ ବଢ଼ାଇଲା ରାଜନୈତିକ ଉଷ୍ଣତା: ରାହୁଲ-ଶିବକୁମାରଙ୍କ ଭିଡିଓକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା

Comments are closed.