ନୟାଗଡ଼: ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଯୁବକଙ୍କୁ ବୀଭତ୍ସ ହତ୍ୟା ।ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ବନ୍ଧୁ ରାଗି ଯାଇ ପୁରୁଷୋତ୍ତମଙ୍କୁ ଏକ ଧାରୁଆ ଛୁରିରେ ଛାତିକୁ ଭୁସି ଦେଇଥିଲେ ।
ଗୁରୁତରଙ୍କ ପରିବାର ଲୋକେ ତାଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଲୋକେ । ଘଟଣା ସ୍ଥଳରେ ଗଣିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Comments are closed.