Latest Odisha News

BREAKING NEWS

XE ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ , ଗହଳିରେ ମାସ୍କ ପିନ୍ଧନ୍ତୁ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ XEକୁ ନେଇ ଭୟଭୀତ ହେବା ଦରକାର ନାହିଁ ।ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଏହା ପ୍ରାଥମିକ ପର୍ଯ୍ୟାୟ ଗତକାଲି ଚିହ୍ନଟ ହୋଇଛି ।ଏଥିପ୍ରତି ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡକ୍ଟର ରମାରମଣ ମହାନ୍ତି କହିଛନ୍ତି ।

ଗତକାଲି ମୁମ୍ବାଇରେ କରୋନାର ନୂଆ ଭାରିଆଣ୍ଟ XE ଚିହ୍ନଟ ହୋଇଥିଲା । ସଂକ୍ରମିତ ଜଣ ମହିଳା ଥିଲେ । ହେଲେ କେନ୍ଦ୍ର ସରକାର ଏହି ଘଟଣାକୁ ଅସ୍ୱିକାର କରିଛନ୍ତିା ହେଲେ ଆପଣ ଯଦି ଗହଳି ସ୍ଥାନକୁ ଯାଉଛନ୍ତି ମାସ୍କ ପିନ୍ଧନ୍ତୁ ।

ଅନ୍ୟରାଜ୍ୟରେ ମାସ୍କ ପ୍ରତ୍ୟାହାର ହୋଇସାରିଲାଣି ।ହେଲେ ଓଡିଶାରେ ତାହା ହୋଇନାହିଁ । ସେନେଇ ଆଗକୁ ନିଷ୍ପତ୍ତି ନିଆଯିବ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.