Latest Odisha News

BREAKING NEWS

ଆଜିଠାରୁ ଯୁକ୍ତ ୩ ନାମଲେଖା ଆରମ୍ଭ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ସ୍ନାତକ ନାମଲେଖା ଆବେଦନ । ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଆଜି ଅପରାହ୍ନ ୪ଟାରୁ ନାମ ଲେଖା ପାଇଁ ସାମ୍ସ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ।

ତେବେ ଆବେଦନର ଅନ୍ତିମ ଅବଧି ମେ’ ୨୦ ପର୍ଯ୍ୟନ୍ତ ରହିଛି । ମେ’ ୨୦ ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ । ମେ’ ୨୧ ଏବଂ ୨୨ ଦୁଇ ଦିନ ଆବେଦନପତ୍ରକୁ ଏଡ଼ିଟ୍‌ କରିବାର ସୁଯୋଗ ମିଳିବ ।

ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ । ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ ।

Comments are closed.