Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଲା ଟିମ୍ ଇଣ୍ଡିଆ

ନାଗପୁର: ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଛି ଭାରତ । ଦ୍ବିତୀୟ ଟି-୨୦ରେ  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୮ ଓଭରରେ ୯୦ ରନ୍ କରିଥିଲେ ମଧ୍ୟ ପରାସ୍ତ ହୋଇଛି । ବର୍ଷା ପାଇଁ  ୮ ଓଭର ଲେଖାଏଁ ଖେଳାଯାଇଥିବା ମ୍ୟାଚରେ ମାଥ୍ୟୁ ୱେଡ୍ ଜବରଦସ୍ତ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବଡ଼ ସ୍କୋର କରିବାରେ ସହାୟକ ହୋଇଥିଲେ।

୨୦ ବଲରେ ମାଥ୍ୟୁ ୪୩ ରନ କରିଥିଲେ । ଫିଞ୍ଚ ୧୫ ବଲରେ ୩୧ ରନ୍ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଉଇକେଟ ନେଇଥିବା ବେଳେ ବୁମରାହ ଗୋଟିଏ ଉଇକେଟ ନେଇଥିଲେ ।

୯୧ ରନର ଟାର୍ଗେଟକୁ ପିଛା କରି ପ୍ରଥମେ ଓପନିଂ ଆରମ୍ଭ କରିଥିବା କେଏଲ ରାହୁଲ ୧୦ ରନ କରି ଆଉଟ ହୋଇଥିଲେ । ସୂର‌୍ୟ୍ୟକୁମାର ଯାଦବ ଶୂନରେ ଆଉଟ ହୋଇଥିବା ବେଳେ  କୋହଲି ମଧ୍ୟ ୧୧ ରନ କରି ଆଉଟ ହୋଇଥିଲେ । ହାର୍ଦିକ ୯ ରନ କରି ଆଉଟ ହୋଇଥିଲେ । ତେବେ ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ବଲରେ  ୪୬  ରନ କରି ମ୍ୟାଚ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷ ଓଭରରେ  ଦିନେଶ କାର୍ତ୍ତିକ ଛକା ଏବଂ ଚୈାକା ମାରି ମ୍ୟାଚ ଜିତାଇଥିଲେ ।

ରୋହିତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.